ଭୁବନେଶ୍ବର : ଆହୁରି ୩ ଦିନ ରାଜ୍ୟରେ କାଳବୈଶାଖୀ ଜନିତ ବର୍ଷା ସମ୍ଭାବନା । କିଛି ସ୍ଥାନରେ କୁଆ ପଥର ବର୍ଷା ହୋଇଥିବା ବେଳେ ଆସନ୍ତା ୨୪ ଯାଏଁ କାଳ ବୈଶାଖୀ ବର୍ଷା ଜାରି ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଆଜି ପାଇଁ ୧୨ ଜିଲ୍ଲା କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଜଗତସିଂହପୁର, ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ, ଯାଜପୁର, କଟକ, ଢେଙ୍କାନାଳ, ଅନୁଗୁଳ ଓ ଦେଓଗଡ ରେ ବିଜୁଳି ଘଡଘଡି ବର୍ଷା ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି । କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। କାଁଭାଁ ସ୍ଥାନରେ କୁଆ ପଥର ବର୍ଷା ହୋଇପାରେ ।
ସେହିପରି ୧୮ ଜିଲ୍ଲା ନୂଆପଡା, ବଲାଙ୍ଗିର,ବରଗଡ, ଝାରସୁଗୁଡା, ସମ୍ବଲପୁର ସୋନପୁର, ବୌଦ୍ଧ, ନୟାଗଡ, କନ୍ଧମାଳ, ଖୋର୍ଦ୍ଧା ପୁରୀ ,ଗଂଜାମ ,ମାଲକାନଗିରି,କୋରାପୁଟ, ରାୟଗଡା,ଗଜପତି, କଳାହାଣ୍ଡି ଓ ନବରଙ୍ଗପୁର ରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୨୩ ଓ ୨୪ ତାରିଖରେ ୫ ଜିଲ୍ଲାକୁ ୟେଲୋ ଓ୍ବାଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ। ତେବେ ବାୟୁମଣ୍ଡଳ ଉପରିଭାଗରେ ରହିଛି ଲଘୁଚାପ ପ୍ରଭାବ। ଏଥିସହ ଉତ୍ତର ପଶ୍ଚିମ ଭାରତରେ ରହିଛି ଏକ ଟ୍ରାପ ଲାଇନ୍ । ଏହା ଫଳରେ ରାଜ୍ୟରେ କାଳ ବୈଶାଖୀ ବର୍ଷା ହେଉଛି ବୋଲି ବିଭାଗ କହିଛି । ତେବେ କାଳବୈଶାଖୀ ବର୍ଷା ପ୍ରବାହରେ ୩ ଦିନ ମଧ୍ୟରେ ୩ରୁ ୫ ତାପମାତ୍ରା ହ୍ରାସ ପାଇବ। ପରେ ୨୫ ତାରିଖ ପରଠାରୁ ଧୀରେ ଧୀରେ ତାପମାତ୍ରା ବୃଦ୍ଧି ପାଇବା ବୋଲି କହିଛି ପାଣିପାଗ ବିଭାଗ।