27.1 C
Bhubaneswar
Thursday, March 19, 2026
Homeଓଡିଶାଗୋପବନ୍ଧୁ ଛକ ଗଳିପୋଲ୍ଲ ନିର୍ମାଣ କାର୍ଯ୍ୟ ୧୫ ଦିନରେ ଶେଷ ନକଲେ ରେଳ ରୋକ ହେବ  

ଗୋପବନ୍ଧୁ ଛକ ଗଳିପୋଲ୍ଲ ନିର୍ମାଣ କାର୍ଯ୍ୟ ୧୫ ଦିନରେ ଶେଷ ନକଲେ ରେଳ ରୋକ ହେବ  

ଯାଜପୁର : ଆଜି ତା ୨୩. ୧. ୨୫ରିଖ ବ୍ୟାସନଗର ସହରବାସୀଙ୍କ ଦୁଃଖ ଦୁର୍ଦଶା ଦିନକୁ ଦିନ ବଢ଼ିଚାଲିଛି କେନ୍ଦ୍ର ଓ ରାଜ୍ୟରେ ଥିବା ଡବଲଇଞ୍ଜିନ ସରକାର ତଥା ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଠବ ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନ ରେ ବ୍ୟାସନଗର ର ସାଇ ମନ୍ଦିର ଠାରେ ଓଭରବ୍ରିଜ ଓ ଗୋପବନ୍ଧୁ ଛକ ଠାରେ ଗଳି ପୋଲ ନିର୍ମାଣ କରିବା ଆଜି ସହରବାସୀ ଙ୍କୁ କଷ୍ଟ ଦେଉଛି।  ଇଷ୍ଟକୋଷ୍ଟ ରେଳ ବିଭାଗର ବୈମାତୃକ ମନଭାବ ପ୍ରତିବାଦରେ କୋରେଇ ସଂଗ୍ରାମ ସମିତିର ସଭାପତି ବିଦ୍ୟାଧର ମହାନ୍ତି ଉପସଭାପତି ରାମଚନ୍ଦ୍ର ଦାଶ ସାଧାରଣ ସମ୍ପାଦକ ଅଭିମନ୍ୟୁ ମିଶ୍ର, ପବିତ୍ର ରଞ୍ଜନ ମହାନ୍ତି, ମହେନ୍ଦ୍ର କୁମାର ମହାପାତ୍ର, ପରୀକ୍ଷିତ ମଲିକ ଓ ବିଦ୍ୟାଧର ଯେନା ପ୍ରମୁଖ ଡି. ଆର. ଏମ. ଖୋର୍ଦ୍ଧାଙ୍କ ଉଦ୍ଦେଶ୍ୟରେ ଯାଜପୁର ରୋଡ ଏ. ଡି. ଇ. ଏନ ଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଥିଲେ।  ଏହି ପ୍ରତିନିଧି ଦଳ ପ୍ରକାଶ କରିଛନ୍ତି କି ଯଦି ୧୫ଦିନ ମଧ୍ୟରେ ଗୋପବନ୍ଧୁ ଛକ ସ୍ଥିତ ନିର୍ମାଣ କାର୍ଯ୍ୟ ଶେଷ ନହୁଏ ସଂଗ୍ରାମ ସମିତି ପକ୍ଷରୁ ରେଳରୋକ ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking