ଭୁବନେଶ୍ୱର : ଓଡିଶା ଦ୍ରୁତଗତିରେ ଆଗେଇବ ରେଳ ପ୍ରକଳ୍ପ । ଏନେଇ ଅଣ୍ଟା ଭିଡିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ରେଳ ବିଭାଗର ତିନିଟି ଜୋନର ଅଧିକାରୀଙ୍କ ସହ ଆଲୋଚନା ହେବ । ଏନଏଚଆଇ, ରାଜସ୍ୱ, ଜଙ୍ଗଲ, ପୂର୍ତ୍ତ ବିଭାଗ ସହ ଆଲୋଚନା ହେବ । ପଡି ରହିଥିବା ପ୍ରକଳ୍ପ ଉପରେ ଆଲୋଚନା ହେବ । ପୁଣି ତିନି ମାସ ପରେ ବୈଠକ ନେବି କହିଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ । ପ୍ରତ୍ୟେକ ତିନି ମାସରେ କାଯ୍ୟଗୁଡିକର ସ୍ଥିତି ଅନୁଧ୍ୟାନ ହେବ । ଯଦି ତ୍ରୁଟି ଦେଖିବି କାଯ୍ୟାନୁଷ୍ଠାନ ନେବି । ଖୋଦ୍ଧା, ବଲାଙ୍ଗିର , ମାଲକାନଗିରି , ରାୟଗଡା ଭଳି ପ୍ରକଳ୍ପ ଅଟକି ରହିଛି ।










