20.1 C
Bhubaneswar
Saturday, February 14, 2026
Homeଓଡିଶାରେଳ ମନ୍ତ୍ରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଭକ୍ତ ଦାସ

ରେଳ ମନ୍ତ୍ରୀ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ: ଭକ୍ତ ଦାସ

ଭୁବନେଶ୍ୱର: ଖୋର୍ଦ୍ଧା-ବଲାଙ୍ଗୀର ରେଳ ଟନେଲ ଭୁଶୁଡିବା ଘଟଣା ରେ ପୂର୍ବତନ ରେଳମନ୍ତ୍ରୀ ତଥା ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି କି ଟନେଲ ଭୁସୁଡିବା ଫଳରେ ୩୦ ମିଟର ଗଭୀର ହୋଇଛି, ସେଠି ୩୦ ରୁ ୪୦ ଜଣ ଲୋକ କାମ କରୁଥିଲେ କି ନାହିଁ ତାହା କେତେ ସତ ରେଳବାଇ ବିଭାଗ ସ୍ପଷ୍ଟ କରୁ। ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଙ୍କ ଭୂମିକା ନେଇ ସେ ପ୍ରଶ୍ନ କରିଛନ୍ତି କି ଏହି ଟନେଲ ପାଇଁ ସେତେବେଳେ କେନ୍ଦ୍ର ରେଳମନ୍ତ୍ରୀ କ୍ରେଡିଟ ନେଇଥିଲେ ତେଣୁ ଏବେ ସେ ଉତ୍ତରଦାୟୀ ହେବା ଉଚିତ୍। ସେଠି ମନିଟରିଙ୍ଗ ଅଭାବ ଏବଂ ସୂପରଭିଜନ କାହିଁକି ମନ୍ତ୍ରୀ କରି କରିନଥିଲେ ବୋଲି ପ୍ରଶ୍ନ କରିଛନ୍ତି ଶ୍ରୀଯୁକ୍ତ ଦାସ।ସେତେବେଳେ ରେଳମନ୍ତ୍ରୀ କହିଥିଲେ ନିର୍ଦନ୍ଦ୍ବ ରେ ଟନେଲ କାମ ସରିବ। ତେବେ କାହିଁକି ,ଏସଓପି ପାଳନ କରାଯାଇ ନଥିଲା,ନିମ୍ନ ମାନର କାମ କାହିଁକି ହେଲା ତାହାର ଉତ୍ତର ମନ୍ତ୍ରୀ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। ମାଟି ଟେଷ୍ଟ ହୋଇଥିଲା କି ନାହିଁ, ଜଦି ହୋଇଥିଲା ତେବେ ଭୁସୁଡ଼ିଲା କାହିଁକି, ଟର୍ନେଲ କୁ ନେଇ କେତେ ଥର ମନ୍ତ୍ରୀ ନିରୀକ୍ଷଣ କରିଥିଲେ ତାହାର ଉତ୍ତର ମଧ୍ୟ ମନ୍ତ୍ରୀ ଦେବାର ଆବଶ୍ୟକତା ରହିଛି ।ଅଶ୍ୱନୀ ବୈଷ୍ଣବ ରେଳମନ୍ତ୍ରୀ ହେବା ପରଠୁ ବାରମ୍ବାର ରେଳ ଦୁର୍ଘଟଣା ଘଟିବା ସହ ଟର୍ନେଲ ଭୂସୁଡ଼ିବା ଫଳରେ ବହୁ ଲୋକ ମୃତ୍ୟୁ ବରଣ କରୁଛନ୍ତି ଏବଂ ବହୁ ଲୋକ ଆହତ ହେଉଛନ୍ତି କାହିଁକି। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ଇସ୍ତଫା ଦିଅନ୍ତୁ ଏବଂ କଂଗ୍ରେସ ମଧ୍ୟ ତାଙ୍କ ଇସ୍ତଫା ଦାବି କରୁଛି ବୋଲି ପିସିସି ସଭାପତି ଶ୍ରୀଯୁକ୍ତ ଦାସ କହିଛନ୍ତି।ଏହି ଅବସରରେ ସେ କହିଛନ୍ତି କି ଆସନ୍ତା କାଲି କଂଗ୍ରେସର ଫ୍ୟାକ୍ଟ ଫାଇଣ୍ଡିକ ଟିମ ଉକ୍ତ ସ୍ଥାନକୁ ଗସ୍ତ କରିବ ଏବଂ ସେଠି ନିରୀକ୍ଷଣ କରି ରିପୋର୍ଟ ପ୍ରଦାନ କରିବ ।ରେଳ ବିଭାଗ ସ୍ପଷ୍ଟୀକରଣ ଉପରେ ପିସିସି ସଭାପତି କହିଛନ୍ତି କି ଜଦି ମାଟି ଦୁର୍ବଳ ତେବେ ରେଳ ବିଭାଗ ନିଶ୍ଚିତ ଆଗରୁ ଜାଣିଥିବ ଯେ କେତେ ବର୍ଷା ଏବଂ କେତେ ପାଣି ହେଲେ ଟନେଲ ଭୁସୁଡ଼ିବ।ତେଣୁ ଆଗୁଆ କାହିକି ପଦକ୍ଷେପ ନେଇ ନାହାନ୍ତି। ମୌସୁମୀ ଆସିବା ପୂର୍ବରୁ ଯଦି ଏଭଳି ଅବସ୍ଥା ତାହଲେ ମୌସୁମୀ ଆସିଲେ କି ଅବସ୍ଥା ହେବ ବୋଲି ପିସିସି ସଭାପତି ଶ୍ରୀ ଦାସ କହିବା ସହ ଚିନ୍ତା ପ୍ରକଟ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking