ଝାରସୁଗୁଡା: ନବ ଦାସଙ୍କ ଲିଙ୍କରେ ଆଜି ବି ବି ଦ୍ୱିତୀୟ ଦିନରେ ସୁନ୍ଦରଗଡ , ଝାରସୁଗୁଡା, ଦିଲ୍ଲୀ ଓ ଭୁବନେଶ୍ୱରରେ ଆୟକର ବିଭାଗର ଚଢାଉ ଜାରି ରଖିଛି । ଗତକାଲି ମଧ୍ୟ ନବ ଦାସଙ୍କ ଝାରସୁଗୁଡା ସରବାହାଲସ୍ଥିତ ବାସଭବନ ସମେତ ୨୦ରୁ ଅଧିକ ଠିକଣାରେ ଆୟକର ବିଭାଗ ପକ୍ଷରୁ ଚଢଉ ହୋଇତିଲା । ଝାରସୁଗୁଡ଼ା ସମେତ ସମ୍ବଲପୁର, ଭୁବନେଶ୍ବର, ଦିଲ୍ଲୀ, ସୁନ୍ଦରଗଡ଼ ଓ ଅନ୍ୟାନ୍ୟ ସ୍ଥାନରେ ଥିବା ସ୍ବର୍ଗତ ଦାସଙ୍କ ଘର, ବ୍ୟବସାୟିକ ପ୍ରତିଷ୍ଠାନ, କାର୍ଯ୍ୟାଳୟ , ତାଙ୍କ ଘନିଷ୍ଠ ସହଯୋଗୀ ଏବଂ ସଂପର୍କୀୟଙ୍କ ଠିକଣାରେ ଚଢ଼ଉ ହୋଇଥିଲା ।