19.1 C
Bhubaneswar
Sunday, December 14, 2025
Homeଓଡିଶା୧୫୫ଟି ବାର୍ ଉପରେ ଚଢାଉ

୧୫୫ଟି ବାର୍ ଉପରେ ଚଢାଉ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ୧୫୫ଟି ବାର୍ ଉପରେ ଅବକାରୀ ବିଭାଗର ଚଢାଉ । ଆଗକୁ ନୂଆ ବର୍ଷ ଆସୁଥିବାରୁ ଆକ୍ସନ ମୋଡରେ ଅବକାରୀ ବିଭାଗ । ଅବକାରୀ ଅଧୀକ୍ଷକଙ୍କ ନେତୃତ୍ୱରେ ରାଜଧାନୀରେ ୫ଟି ଟିମ୍‌ ଚଢାଉ କରୁଛନ୍ତି । ଚନ୍ଦ୍ରଶେଖରପୁରର ୨ଟି ସ୍ଥାନରେ ଚଢାଉ ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ଅବକାରୀ ଟିମ୍ ଉପରେ ଆକ୍ରମଣ ଅଭିଯୋଗରେ ୨ ଜଣ ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସସୂଚନା ଅନୁସାରେ, ବିଳମ୍ବିତ ରାତିରେ ବିଭିନ୍ନ ବାର, ରେଷ୍ଟୁରାଣ୍ଟ ଓ ବିୟର ପାର୍ଲର ଗୁଡିକରେ ଚଢାଉ କରାଯାଇଛି । ଅବକାରୀ ଅଧିକ୍ଷକ କହିଛନ୍ତି ନୂଆ ବର୍ଷ ପୂର୍ବରୁ ସମସ୍ତଙ୍କୁ ସତର୍କ କରାଇବାକୁ ଚାହୁଁଛୁ । ବାରଗୁଡିକ ସଠିକ୍‌ ସମୟରେ ବନ୍ଦ କରାଯାଉ, ଯୁବ ଏବଂ ବୟସ୍କମାନେ ଅତ୍ୟଧିକ ମାତ୍ରାରେ ନିଶା ସେବନ ନକରନ୍ତୁ । ସମୟର ପ୍ରାବନ୍ଧିକୁ କେହି ନମାନିଲେ କାର୍ଯ୍ୟାନୁଷ୍ଠାନ ହେବ । ବାରର ଲାଇସେନ୍ସ ମଧ୍ୟ ଯାଞ୍ଚ କରାଯାଇଛି । ପାର୍ବଣ ଋତୁରେ ପ୍ରତିଦିନ ପାଟ୍ରୋଲିଂ କରାଯିବ, ଯିଏ ବି ନିୟମ ଭାଙ୍ଗିବ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking