ଭୁବନେଶ୍ୱର: ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ଭାଇ ବ୍ରଜ ଦାସଙ୍କ ଘରେ ଆଇଟି ରେଡ୍ । ତୃତୀୟ ଦିନରେ ଚାଲିଛି ଆୟକର ବିଭାଗର ଚଢ଼ାଉ । ସମ୍ବଲପୁର ସିଟି ଷ୍ଟେସନ ନିକଟସ୍ଥ ଭଡା ଘରେ ରେଡ୍ କରାଯାଉଛି । ଲଗାତାର ଦୁଇ ଦିନ ଧରି ଆୟକର ବିଭାଗ କର୍ମଚାରୀମାନେ ଚଢ଼ାଉ କରିଥିଲେ ବି ଏହା ସରି ନାହିଁ । ଆଜି ତୃତୟ ଦିନରେ ପୁଣି ସକାଳୁ ସକାଳୁ ରେଡ୍ ଆରମ୍ଭ ହୋଇଛି । ବ୍ରଜଙ୍କ ସମ୍ପତ୍ତି ଆୟର ସୂତ୍ର ବାବଦରେ ଛାନଭିନ କରୁଛନ୍ତି ଆୟକର ଅଧିକାରୀ । ଚଢ଼ାଉ ଚାଲିଥିବା ବେଳେ ସୁରକ୍ଷା ଦୃଷ୍ଟିରୁ ଘର ବାହାରେ ସୁରକ୍ଷାକର୍ମୀ ମଧ୍ୟ ମୁତୟନ ହୋଇଛନ୍ତି । କେବେଠୁ ବ୍ରଜ ଆୟକର ଟ୍ୟାକ୍ସ ଦେଉନଥିଲେ, ତାଙ୍କ ଉପରେ କେତେ ଟଙ୍କାର ବକେୟା ଟିକସ୍ ରହିଛି ସେସବୁର ଖୋଳତାଡ କରାଯାଉଛି । ୪ ବର୍ଷ ପୂର୍ବରୁ ମଧ୍ୟ ବ୍ରଜଙ୍କ ଘରେ ଆଇଟି ରେଡ୍ ହୋଇଥିଲା । ଏହା ଦ୍ବିତୀୟ ବାର ରେଡ୍ ହେଉଛି । ତେଣୁ ବ୍ୟଜଙ୍କ ଉପରେ କିଛି ବଡ ଧରଣର ଅଭିଯୋଗ ରହିଥିବା ଅନୁମାନ କରାଯାଉଛି ।