24.1 C
Bhubaneswar
Tuesday, February 10, 2026
Homeଦେଶ ବିଦେଶମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ୍‌; କ୍ଷମତାକୁ ଫେରିଲେ ଜାତିଗତ ଜନଗଣନା କରିବୁ

ମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ୍‌; କ୍ଷମତାକୁ ଫେରିଲେ ଜାତିଗତ ଜନଗଣନା କରିବୁ

ନୂଆଦିଲ୍ଲୀ: କଂଗ୍ରେସ ପୁଣିଥରେ ଜାତିଗତ ଜନଗଣନା ପ୍ରସଙ୍ଗ ଉଠାଇଛି। କଂଗ୍ରେସ ସାଂସଦ ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି, ବିଜେପି ଦେଶରେ ଗଣଜାତି ଜନଗଣନା କରିବାକୁ ଚାହୁଁନାହିଁ। କାରଣ ବିଜେପି ଆଦିବାସୀ ତଥା ଦଳିତଙ୍କ ଜମିକୁ ହଡପ କରିନେବାକୁ ଚାହୁଁଛି। ଜାତିଗତ ଜନଗଣନା କରିବାକୁ ବିଜେପି ଅମଙ୍ଗ ହେବା ପଛରେ ଏକ ବହୁତ ବଡ଼ ଷଡଯନ୍ତ୍ର ରହିଛି। ଗୋଟିଏ ପଟେ ରାହୁଲ ଗାନ୍ଧୀଙ୍କ ଏପ୍ରକାର ବିବୃତି ଆସିଥିବା ବେଳେ ଅନ୍ୟପକ୍ଷେ ତେଲେଙ୍ଗାନାର କ୍ଷମତାସୀନ କଂଗ୍ରେସ ସରକାର ଶନିବାର ରାଜ୍ୟର ପ୍ରଥମ ଜାତିଭିତ୍ତିକ ସର୍ଭେ ଆରମ୍ଭ କରିଛନ୍ତି।

ସେହିପରି ରାହୁଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବାକୁ ଯାଇ କହିଛନ୍ତି ଯେ, ଆଜିଠାରୁ ତେଲେଙ୍ଗାନାରେ ଜାତି ଗଣନା ଆରମ୍ଭ ହୋଇଛି। ଏଥିରୁ ମିଳିଥିବା ତଥ୍ୟକୁ ବ୍ୟବହାର କରି ରାଜ୍ୟର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ନୀତି ପ୍ରସ୍ତୁତ କରାଯିବ। ଖୁବଶୀଘ୍ର ମହାରାଷ୍ଟ୍ରରେ ମଧ୍ୟ ଜାତିଗତ ଜନଗଣନା କରାଯିବ। ସେହିପରି କେନ୍ଦ୍ରରେ କଂଗ୍ରେସ କ୍ଷମତାକୁ ଫେରିଲେ ଦେଶବ୍ୟାପୀ ଜାତିଗତ ଜନଗଣନା କରାଯିବ। ପ୍ରଧାନମନ୍ତ୍ରୀ ମୋଦୀ ଚାହିଁଲେ ବି ସାରା ଦେଶରେ ଜାତିଗତ ଜନଗଣନାକୁ ବନ୍ଦ କରିପାରିବେନି। ଏନେଇ ସଂସଦରେ ଜାତିଗତ ଜନଗଣନା ପାରିତ କରାଯିବ ଏବଂ ସଂରକ୍ଷଣ ଉପରେ ୫୦% ସୀମାକୁ ସବୁଦିନ ପାଇଁ ଉଚ୍ଛେଦ କରାଯିବ। ସୂଚନାଯୋଗ୍ୟ, ତେଲେଙ୍ଗାନା ସରକାର ଶନିବାର ଠାରୁ ଜାତିଗତ ଜନଗଣନା ଆରମ୍ଭ କରିଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ୮୦ ହଜାର ଗଣନାକାରୀ ୩୩ଟି ଜିଲ୍ଲାର ୧ କୋଟି ୧୭ ଲକ୍ଷରୁ ଅଧିକ ଘର ସର୍ଭେ କରିବେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking