27.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ୍

ମୋଦୀଙ୍କୁ ରାହୁଲଙ୍କ ଚ୍ୟାଲେଞ୍ଜ୍

ନୂଆଦିଲ୍ଲୀ: ତେଲେଙ୍ଗାନାର କଂଗ୍ରେସ ସରକାର ଶନିବାର ରାଜ୍ୟର ପ୍ରଥମ ଜାତି ଭିତ୍ତିକ ସର୍ଭେ ଆରମ୍ଭ କରିଛନ୍ତି। ସେପଟେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବୟାନ ସାମ୍ନାକୁ ଆସିଛି । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ, ବିଜେପି ଦେଶରେ ଗଣଜାତି ଜନଗଣନା କରିବାକୁ ଚାହୁଁନାହିଁ। କଂଗ୍ରେସ ନେତା ରାହୁଲ ଗାନ୍ଧି ଏକ୍ସଙ୍କୁ ନେଇ ଏକ ପୋଷ୍ଟରେ ଲେଖିଛନ୍ତି, ମୋଦିଜୀ, ଆଜିଠାରୁ ତେଲେଙ୍ଗାନାରେ ଜାତି ଗଣନା ଆରମ୍ଭ ହୋଇଛି। ଏଥିରୁ ମିଳିଥିବା ତଥ୍ୟକୁ ବ୍ୟବହାର କରି ରାଜ୍ୟର ପ୍ରତ୍ୟେକ ବର୍ଗର ବିକାଶ ପାଇଁ ନୀତି ପ୍ରସ୍ତୁତ କରିବୁ। ଖୁବଶୀଘ୍ର ମହାରାଷ୍ଟ୍ରରେ ମଧ୍ୟ ଏହା ହେବ । ସମସ୍ତେ ଜାଣନ୍ତି ଯେ ବିଜେପି ଦେଶରେ ବ୍ୟାପକ ଜାତିଗତ ଜନଗଣନା କରିବାକୁ ଚାହୁଁନାହିଁ। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ମୋଦୀଜୀଙ୍କୁ ସ୍ପଷ୍ଟ ଭାବେ କହିବାକୁ ଚାହୁଁଛି, ଆପଣ ସାରା ଦେଶରେ ଜାତିଗତ ଜନଗଣନାକୁ ବନ୍ଦ କରିପାରିବେ ନାହିଁ। ଆମେ ଏହି ସଂସଦରେ ଜାତିଗତ ଜନଗଣନା ପାରିତ କରିବୁ ଏବଂ ସଂରକ୍ଷଣ ଉପରେ ୫୦% ସୀମା ଭାଙ୍ଗିବୁ ।ତେଲେଙ୍ଗାନା ସରକାର ଶନିବାର ଠାରୁ ଜାତିଗତ ଜନଗଣନା ଆରମ୍ଭ କରିଛନ୍ତି। ଆଗାମୀ କିଛି ସପ୍ତାହ ମଧ୍ୟରେ ୮୦ ହଜାର ଗଣନାକାରୀ ୩୩ଟି ଜିଲ୍ଲାର ୧ କୋଟି ୧୭ ଲକ୍ଷରୁ ଅଧିକ ଘର ସର୍ଭେ କରିବେ ବୋଲି କୁହାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking