ନୂଆଦିଲ୍ଲୀ : ସଂସଦରେ ବିଜେପି ସାଂସଦ ପ୍ରତାପ ଷଡଙ୍ଗୀ ଆହତ । ରାହୁଲ ଗାନ୍ଧୀ ଠେଲି ଦେବାରୁ ପଡିଗଲେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ । ଏଭଳି ଅଭିଯୋଗ ଆଣିଲେ ସାଂସଦ ପ୍ରତାପ ଷଡଙ୍ଗୀ । ପ୍ରତାପଙ୍କ ମୁଣ୍ଡରେ ଆଘାତ ଲାଗିଛି । ତାଙ୍କୁ ଆମ୍ବଲାନ୍ସ ଯୋଗେ ମେଡିକାଲକୁ ନିଆଯାଇଛି । ଏହି ସମୟରେ ରାହୁଲ ନିଜର ପ୍ରତିକ୍ରିୟା ରଖି କହିଛନ୍ତି , ମୁଁ ସଂସଦର ପ୍ରବେଶ ଦ୍ୱାରକୁ ଯିବା ପାଇଁ ଚେଷ୍ଟା କରୁଥିଲି । କିନ୍ତୁ ବିଜେପିର ସାଂସଦମାନେ ମୋତେ ଅଟକାଇବାକୁ ଚେଷ୍ଟା କରିଥିଲେ । ଯାହା ଫଳରେ ଏସବୁ ହୋଇଛି ।