ନୂଆଦିଲ୍ଲୀ: ନିକଟରେ ଜାତି ଜନଗଣନାକୁ ନେଇ ଦେଇଥିବା ଏକ ବିବାଦୀୟ ବୟାନକୁ ନେଇ ଫସିଛନ୍ତି । ତାଙ୍କ ବିରୋଧରେ ଜାରି ହୋଇଛି ସମନ । ବରେଲିର ଏକ ସ୍ୱତନ୍ତ୍ର କୋର୍ଟ ରାହୁଲଙ୍କୁ ଜାନୁଆରୀ ୭ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି। ଲୋକସଭା ନିର୍ବାଚନ ସମୟରେ କଂଗ୍ରେସ ଦଳ କ୍ଷମତାକୁ ଆସିଲେ ଆର୍ଥିକ ସର୍ଭେ କରାଯିବ ବୋଲି ରାହୁଲ କହିଥିଲେ । ଅଲ ଇଣ୍ଡିଆ ହିନ୍ଦୁ ମହାସଭାର ମଣ୍ଡଳ ସଭାପତି ପଙ୍କଜ ପାଠକ ଏହାକୁ ବିରୋଧ କରିଥିଲେ । ଏହାପରେ ସ୍ପେଶାଲ ଏମ୍ପି ଏମ୍ଏଲ୍ଏ କୋର୍ଟରେ ରାହୁଲ ଗାନ୍ଧିଙ୍କ ବିରୋଧରେ ମାମଲା ଦାୟର କରିବାକୁ ଆବେଦନ କରିଥିଲେ । କିନ୍ତୁ କୋର୍ଟ ଏହାକୁ ଖାରଜ କରି ଦେଇଥିଲେ।ଏହାପରେ ସେ ସ୍ୱତନ୍ତ୍ର କୋର୍ଟର ଦ୍ୱାରସ୍ଥ ହୋଇଥିଲେ । ଏଠାରେ ସେ ଏହି ପ୍ରସଙ୍ଗରେ ପିଟିସନ ନ ଦାଖଲ କରିଥିଲେ। ଏବେ ରାହୁଲ ଗାନ୍ଧିଙ୍କୁ ଏହି ମାମଲାରେ ତାଙ୍କ ପକ୍ଷ ରଖିବାକୁ କୋର୍ଟ ନୋଟିସ୍ ଜାରି କରିଛନ୍ତି।