27.1 C
Bhubaneswar
Sunday, February 15, 2026
Homeଦେଶ ବିଦେଶସରକାରଙ୍କୁ ୫ ଟି ପ୍ରଶ୍ନ ମାଧ୍ୟମରେ ଘେରିଲେ ରାହୁଲ

ସରକାରଙ୍କୁ ୫ ଟି ପ୍ରଶ୍ନ ମାଧ୍ୟମରେ ଘେରିଲେ ରାହୁଲ

ନୂଆଦିଲ୍ଲୀ: ଭାରତ – ଆମେରିକା ବାଣିଜ୍ୟ ଚୁକ୍ତିକୁ ନେଇ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଓ କେନ୍ଦ୍ର ସରକାର ମୁହାଁମୁହିଁ ସ୍ଥିତିରେ ରହିଛନ୍ତି। ରାହୁଲ ଗାନ୍ଧୀ ବାଣିଜ୍ୟ ଚୁକ୍ତିକୁ ନେଇ ଲଗାତାର ସରକାରଙ୍କୁ ତୀବ୍ର ସମାଲୋଚନା କରିଆସୁଛନ୍ତି। ରବିବାର ମଧ୍ୟ ରାହୁଲ ତାଙ୍କ ଆକ୍ରମଣ ଜାରି ରଖିଛନ୍ତି। ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ୫ଟି ପ୍ରଶ୍ନ କରିଛନ୍ତି। ଆମେରିକା ସହିତ ବାଣିଜ୍ୟ ଚୁକ୍ତି ନାଁରେ ସରକାର ଭାରତର କୃଷକଙ୍କ ସହିତ ବିଶ୍ବାସଘାତ ହେବାକୁ ଦେଉଛନ୍ତି ବୋଲି ରାହୁଲ କହିବା ସହିତ ଏହା କେବଳ ସାମ୍ପ୍ରତିକ ପ୍ରସଙ୍ଗ ନୁହେଁ, ଦେଶର ଭବିଷ୍ୟତ କଥା ବୋଲି କହିଛନ୍ତି। ରବିବାର ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ୫ ଟି ପ୍ରଶ୍ନ କରିବା ସହିତ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହିସବୁ ପ୍ରସଙ୍ଗରେ କୃଷକଙ୍କୁ ଉତ୍ତର ମିଳିବା ଉଚିତ ବୋଲି ସେ କହିଛନ୍ତି। ଆମେ କ’ଣ ଅନ୍ୟ କୌଣସି ଦେଶକୁ ଭାରତର କୃଷି କ୍ଷେତ୍ର ଉପରେ ଦୀର୍ଘ ସମୟ ପର୍ୟ୍ୟନ୍ତ ନିୟନ୍ତ୍ରଣ ରଖିବାକୁ ଦେଉଛନ୍ତି କି ବୋଲି ରାହୁଲ କହିଛନ୍ତି। ରାହୁଲ ପ୍ରଶ୍ନ କରିଛନ୍ତି ଯେ, ଡିଡିଜି (ଡ୍ରାଇଡ୍ ଡିଷ୍ଟିଲର୍ସ ଶସ୍ୟ) ଆମଦାନୀ କରିବାର ଅର୍ଥ କ’ଣ? ଏହାଦ୍ବାରା ଭାରତୀୟ ଗୋସମ୍ପଦକୁ ଜିଏମ୍ ଆମେରିକା ମକାରୁ ତିଆରି ଡିଷ୍ଟିଲର୍ସ ଶସ୍ୟ ଖାଇବାକୁ ଦିଆଯିବ? ଏହା କ’ଣ ଆମର ଦୁଗ୍ଧ ଉତ୍ପାଦନକୁ ଆମେରିକୀୟ କୃଷି ଶିଳ୍ପ ଉପରେ ନିର୍ଭରଶୀଳ କରିବ ନାହିଁ କି? ରାହୁଲ କହିଛନ୍ତି, ଆମେ ଯଦି ଜିଏମ୍ ସୋୟାବିନ୍‌ ତେଲ ଆମଦାନୀ କରନ୍ତି ତେବେ ମଧ୍ୟପ୍ରଦେଶ, ମହାରା‌ଷ୍ଟ୍ର, ରାଜସ୍ଥାନ ସମେତ ଦେଶର ସୋୟାବିନ୍‌ ଚାଷୀ କ୍ଷତିଗ୍ରସ୍ତ ହେବେ ନାହିଁ କି?।

ସେହିପରି ଅତିରିକ୍ତ ଉତ୍ପାଦ ଉପରେ ପ୍ରଶ୍ନ କରି ସେ କହିଛନ୍ତି ପ୍ରକୃତରେ ଏଥିରେ କ’ଣ ରହିଛି? ସମୟ ସହିତ ଆମେରିକାରୁ ଡାଲି ଏବଂ ଅନ୍ୟାନ୍ୟ ଫସଲ ଆମଦାନୀ କରିବାକୁ ଚାପ ନେଇ ଏହା ସଙ୍କେତ କି? ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ଯେ, ଅଣ-ବ୍ୟବସାୟିକ ପ୍ରତିବନ୍ଧକ ଦୂର କରିବାର ଅର୍ଥ କ’ଣ? ଏହାଦ୍ବାରା ଭବିଷ୍ୟତରେ ଭାରତ ଜିଏମ୍‌ ଫସଲ ଉପରେ ନିଜର ଆଭିମୁଖ୍ୟ କୋହଳ କରିବା, କ୍ରୟକୁ ଦୁର୍ବଳ କରିବା କିମ୍ବା ଏମ୍‌ଏସପି ଏବଂ ବୋନସ ହ୍ରାସ କରିବାକୁ ଚାପ ପକାଯିବ କି? ସେହିପରି ବିରୋଧୀ ଦଳ ନେତା ପ୍ରଶ୍ନ କରିଛନ୍ତି ଯେ, ଥରେ ଆମେ ଆମେରିକା ପାଇଁ କୃଷିକ୍ଷେତ୍ରର ଦ୍ବାର ଖୋଲିବା ପରେ ପ୍ରତିବର୍ଷ ଏହାକୁ ଅଧିକ ଖୋଲିବାରୁ ଆମେ କେମିତି ରୋକିବା, ଏହା ଏତିକିରେ ବନ୍ଦ ହେବ ନା, ଆଗକୁ ଅଧିକ ଆମେରିକୀୟ ଫସଲ ଭାରତକୁ ଆସିବାର ସୁଯୋଗ ପାଇବ। ଏହିସବୁ ପ୍ରଶ୍ନର ଉତ୍ତର ସେ ପ୍ରଧାନମନ୍ତ୍ରୀଙ୍କଠାରୁ ମାଗିଛନ୍ତି। ରାହୁଲ ସରକାରଙ୍କ ଉପରେ ଅଭିଯୋଗ କରି କହିଛନ୍ତି, ସରକାର ଭୟଭୀତ ଅଛନ୍ତି। ‌ଯେଉଁ ବାଣିଜ୍ୟ ଚୁକ୍ତି ଚାରି ମାସ ହେଲା ଅଟକି ରହିଥିଲା, ସେଥିରେ କୌଣସି ପରିବର୍ତ୍ତନ ନହୋଇ କିପରି ସ୍ବାକ୍ଷରିତ ହୋଇଛି। ଏହା ପଛର କାରଣ କ’ଣ? ଅନ୍ୟପକ୍ଷରେ ବିଜେପି ରାହୁଲ ଗାନ୍ଧୀ ମିଥ୍ୟା ପ୍ରଚାର ଓ ଦାବି କରୁଥିବା ଅଭିଯୋଗ କରିଛନ୍ତି। କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ରାହୁଲ ଗାନ୍ଧୀ ଦେଶର ମତ୍ସ୍ୟଜୀବୀ ଓ କୃଷକଙ୍କୁ ଭ୍ରମିତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କହିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking