23.1 C
Bhubaneswar
Sunday, March 22, 2026
Homeଦେଶ ବିଦେଶ'ରାହୁଲ ଗାନ୍ଧୀ କୌଣସି ସମ୍ବିଧାନ ବିରୋଧୀ ବା ଦେଶ ବିରୋଧୀ କାର୍ଯ୍ୟ କରିନାହାନ୍ତି'

‘ରାହୁଲ ଗାନ୍ଧୀ କୌଣସି ସମ୍ବିଧାନ ବିରୋଧୀ ବା ଦେଶ ବିରୋଧୀ କାର୍ଯ୍ୟ କରିନାହାନ୍ତି’

ଭୁବନେଶ୍ୱର: ବିଭିନ୍ନ ଖବର କାଗଜରେ ସୁପ୍ରିମକୋର୍ଟ ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ ଆହ୍ଲାବାଦର ଏକ ମାନହାନି ମକଦ୍ଦମାରେ କେତେକ ମନ୍ତବ୍ୟ ଦେଇଛନ୍ତି । ସୁପ୍ରିମକୋର୍ଟ ଚାଲିଥିବା ମାନହାନି ମକଦ୍ଦମାର ଶୁଣାଣି କରି ରହିତାଦେଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ମନ୍ତବ୍ୟକୁ ନେଇ ବିଜେପି କହିଛି ରାହୁଲ ଗାନ୍ଧୀ ଦେଶର ଜାତୀୟ ସୁରକ୍ଷାକୁ ନଷ୍ଟ କରିଛନ୍ତି। ସେ ଜଣେ ଦେଶ ବିରୋଧୀ। ସମ୍ବିଧାନରେ ମୌଳିକ ଅଧିକାର ରହିଛି ଯେକୌଣସି ନାଗରିକ ତାର ମତ ରଖିପାରିବ। ଲୋକସଭାରେ ପ୍ରଧାନମନ୍ତ୍ରୀଙ୍କ ଦେଶ ଶାସନ ପାଇଁ ଦାୟିତ୍ୱ ଯେତିକି, ବିରୋଧୀ ଦଳ ନେତା ତାକୁ ଠିକ ବାଟରେ ଚାଲିବାପାଇଁ ତାଙ୍କର ଦାୟିତ୍ୱ ମଧ୍ୟ ସେତିକି।

ବିରୋଧୀ ଦଳ ନେତା ଯାହା ସମ୍ବାଦଦାତାଙ୍କୁ କହିଛନ୍ତି ତାହା ଉପରେ ଲୋକସଭା ବାହାରେ ବିତର୍କ ହେବାକୁ ଆଇନ ମନା କରିନି । ତେଣୁ ମାନ୍ୟବର ବିରୋଧୀ ଦଳ ନେତାଙ୍କ ବକ୍ତବ୍ୟ ଦେଶଦ୍ରୋହୀ କହିବା ଦାୟିତ୍ୱହୀନତାର କଥା। ଏପରିକି ସୈନ୍ୟବିଭାଗ କୌଣସି ଅଧିକାରୀ ଏ କେସ କରିନାହାନ୍ତି କିମ୍ବା ସୁପ୍ରିମକୋର୍ଟ ସୈନ୍ୟ ବିଭାଗକୁ ନୋଟିସ ନଦେଇ ସତ୍ୟାସତ ପ୍ରମାଣ ନପାଇଁ ନିରିକ୍ଷଣରେ ଏଭଳି ମନ୍ତବ୍ୟ ଦେବା ଠିକ ହୋଇନାହିଁ। ଜନସାଧାରଣଙ୍କୁୂ ବିଭ୍ରାନ୍ତ କରିବାପାଇଁ ବିଜେପି ଯେଉଁ ଚକ୍ରାନ୍ତ କରୁଛି ତାହା ଅତ୍ୟନ୍ତ ନିନ୍ଦନୀୟ। ମାନ୍ୟବର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କୌଣସି ସମ୍ବିଧାନ ବିରୋଧୀ ବା ଦେଶ ବିରୋଧୀ କାର୍ଯ୍ୟ କରିନାହାନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking