19.1 C
Bhubaneswar
Saturday, February 7, 2026
Homeଦେଶ ବିଦେଶକହ୍ନେୟା କୁମାରଙ୍କ ବିଶାଳ ରାଲିରେ ଯୋଗଦେଲେ ରାହୁଲ ଗାନ୍ଧୀ

କହ୍ନେୟା କୁମାରଙ୍କ ବିଶାଳ ରାଲିରେ ଯୋଗଦେଲେ ରାହୁଲ ଗାନ୍ଧୀ

ପାଟନା: ଆଗକୁ ବିହାର ବିଧାନସଭା ନିର୍ବାଚନ ରହିଛି। ଏହାକୁ ନେଇ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ନିଜ ହିସାବରେ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ତେବେ କଂଗ୍ରେସ କିନ୍ତୁ ବିହାରକୁ ଏବେ ଅଧିକ ଫୋକସ୍ କରୁଥିବା ଦେଖିବାକୁ ମିଳୁଛି। ଗତ ୪ ମାସ ମଧ୍ୟରେ ରାହୁଲ ପ୍ରାୟ ୩ଥର ବିହାର ଗସ୍ତରେ ଆସିବା ଦେଖିବାକୁ ମିଳିଛି। ତେବେ ଏବେ ପୁଣିଥରେ ବିହାର ଗସ୍ତରେ ଅଛନ୍ତି ରାହୁଲ ଗାନ୍ଧୀ। ରିପୋର୍ଟ ଅନୁସାରେ ରାଜ୍ୟ ସରକାରଙ୍କ ବିରୋଧରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଆୟୋଜିତ ‘ପଳାୟନ ବନ୍ଦକର, ଚାକିରି ଦିଅ’ ପଦଯାତ୍ରାରେ ସାମିଲ ହୋଇଛନ୍ତି। ବେଗୁସରାଇରେ ଆୟୋଜିତ ଏହି ପଦଯାତ୍ରାର ଆବାହକ କହ୍ନେୟା କୁମାର ରହିଥିବା ବେଳେ ସୋମବାର ରାହୁଲ ଏଥିରେ ସାମିଲ ହୋଇଥିବା ଏବଂ କହ୍ନେୟା କୁମାରଙ୍କ କାନ୍ଧରେ ହାତ ରଖି ପ୍ରାୟ ୩ କିଲୋମିଟର ଯାଏ ପଦଯାତ୍ରା କରିଥିବା ସୂଚନା ମିଳିଛି। ତେବେ ଏହି ପଦଯାତ୍ରାକୁ ବିହାରରେ କଂଗ୍ରେସର ଶକ୍ତି ପ୍ରଦର୍ଶନ ବୋଲି ମଧ୍ୟ ଅଭିହିତ କରାଯାଉଛି। ପଦଯାତ୍ରା ପରେ ରାହୁଲ ଏବେ ସାଧାରଣ ଲୋକଙ୍କ ସହ କଥା ହୋଇ ସେମାନଙ୍କ ସମସ୍ୟା ବୁଝିଥିବା ମଧ୍ୟ ଦେଖିବାକୁ ମିଳିଛି। ଏଥିରେ ହଜାର ହଜାର ସଂଖ୍ୟକ କଂଗ୍ରେସ ସମର୍ଥକ ସାମିଲ୍ ହୋଇଥିଲେ।

କହ୍ନେୟା କୁମାରଙ୍କ ଏହି ପଦଯାତ୍ରା ରାହୁଲ ଗାନ୍ଧୀ ସାମିଲ ହୋଇଥିବା ବେଳେ ଏହାକୁ ନେଇ କଂଗ୍ରେସର ସ୍ଥାନୀୟ ନେତା ଓ ସମର୍ଥକ ତଥା କର୍ମୀମାନେ ବେଶ୍ ଉତ୍ସାହିତ ହୋଇପଡିଛନ୍ତି। ବିହାରକୁ ରାହୁଲଙ୍କ ଏପ୍ରକାର ଗସ୍ତ କଂଗ୍ରେସକୁ ଆଗାମୀ ବିଧାନସଭା ନିର୍ବାଚନରେ ବେଶ୍ ଫାଇଦା ଦେବ ବୋଲି ଅନୁମାନ କରାଯାଉଛି। କାରଣ ଗୋଟିଏ ପଟେ ୱାକଫ୍ ସଂଶୋଧନ ବିଲ୍‌କୁୂ ସମର୍ଥନ ଦେବା ନେଇ ଯେଉଁଠି ଶାସକ ଦଳ ଜେଡିୟୁରେ ଫାଟ ସୃଷ୍ଟି ହୋଇଛି, ଜେଡିୟରୁ ଅନେକ ମୁସଲିମ୍ ନେତା ଖୁଲମ୍‌ଖୁଲ୍ଲା ନୀତୀଶଙ୍କୁ ସମାଲୋଚନା କରିବା ସହ ଦଳରୁ ଇସ୍ତଫା ଦେବାରେ ଲାଗିଛନ୍ତି, ସେଠାରେ କଂଗ୍ରେସ ଏବେ ଏହାକୁ ଏକ ପ୍ରସଙ୍ଗ କରି ରାଜନୈତିକ ଗୋଟିଚାଳନା କରିବାକୁ ପ୍ରସ୍ତୁତ ହୋଇଉଠିଛି। କୁହାଯାଉଛି ଯେ, ଆଗାମୀ ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ରାହୁଲ କହ୍ନେୟାଙ୍କ ଉପରେ କିଛି ଗୁରୁଦାୟିତ୍ୱ ଦେଇପାରନ୍ତି। ପ୍ରକାଶ ଆଉ ୭ରୁ ୮ ମାସ ଭିତରେ ବିହାର ବିଧାନସଭା ନିର୍ବାଚନ ହେବ। ଏହା ପୂର୍ବରୁ କଂଗ୍ରେସର ଆଗୁଆ ପ୍ରସ୍ତୁତି ଏବଂ ରାହୁଲ-କହ୍ନେୟାଙ୍କ ଜବରଦସ୍ତ ଯୋଡି ବିଜେପି ଶିବିରରେ ଚର୍ଚ୍ଚାର କାରଣ ସାଜିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking