25.6 C
Bhubaneswar
Saturday, June 7, 2025
Homeଦେଶ ବିଦେଶସ୍ୱୀକାର କଲେ ରାହୁଲ ଗାନ୍ଧୀ; ଅପରେସନ୍ ବ୍ଲୁ ଷ୍ଟାର କଂଗ୍ରେସର ଭୁଲ୍ ନିଷ୍ପତ୍ତି ଥିଲା

ସ୍ୱୀକାର କଲେ ରାହୁଲ ଗାନ୍ଧୀ; ଅପରେସନ୍ ବ୍ଲୁ ଷ୍ଟାର କଂଗ୍ରେସର ଭୁଲ୍ ନିଷ୍ପତ୍ତି ଥିଲା

ବୋଷ୍ଟନ୍‌: କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ କଂଗ୍ରେସର ଏକ ବଡ଼ ଭୁଲ୍‌କୁ ସ୍ୱୀକାର କରିଛନ୍ତି । ରାହୁଲ କହିଛନ୍ତି, ୮୦ ଦଶକରେ ତତ୍କାଳୀନ କଂଗ୍ରେସ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ‘ଅପରେସନ୍ ବ୍ଲୁ ଷ୍ଟାର’ ନିଶ୍ଚିତ ରୂପେ ଏକ ଭୁଲ୍ ନିଷ୍ପତ୍ତି ଥିଲା । ପୂର୍ବରୁ ମଧ୍ୟ ସେ ସର୍ବସାଧାରଣରେ ଏହି ଭୁଲ୍‌କୁ ସ୍ୱୀକାର କରିସାରିଛନ୍ତି ଏବଂ ଏବେ ମଧ୍ୟ କରୁଛନ୍ତି । କେବଳ ସେତିକି ନୁହେଁ ସେସମୟରେ କଂଗ୍ରେସ କରିଥିବା ଏହି ଭୁଲ୍ ପାଇଁ ସେ ଉତ୍ତରଦାୟୀ ହେବାକୁ ମଧ୍ୟ ପ୍ରସ୍ତୁତ ବୋଲି ରାହୁଲ କହିଛନ୍ତି ।

ରିପୋର୍ଟ ଅନୁସାରେ ପ୍ରାୟ ୨ ସପ୍ତାହ ପୂର୍ବେ ଆମେରିକାର ବ୍ରାଉନ୍ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ରାହୁଲ ଯୋଗଦେଇଥିଲେ । ଏହି ସମୟରେ, ଜଣେ ଶିଖ୍ ଛାତ୍ର ରାହୁଲ ଗାନ୍ଧୀଙ୍କୁ ଅପରେସନ ବ୍ଲୁ ଷ୍ଟାର ସମ୍ପର୍କରେ ପ୍ରଶ୍ନ କରିଥିଲେ । ଛାତ୍ରଜଣକ କହିଥିଲେ ଆମେ ଅଭିବ୍ୟକ୍ତିର ବା ମତବ୍ୟକ୍ତ କରିବାର ସ୍ୱାଧୀନତା ଚାହୁଁ, ଯାହାକି କଂଗ୍ରେସ ଶାସନ ସମୟରେ ନଥିଲା । ଏତଦ୍‌ବ୍ୟତୀତ ଆନନ୍ଦପୁର ସାହିବ ପ୍ରସ୍ତାବ ଦଳିତଙ୍କ ଅଧିକାର ବିଷୟର କଥା ହୋଇଥିବା ବେଳେ କଂଗ୍ରେସ କିନ୍ତୁ ଏହାକୁ ବିଚ୍ଛିନ୍ନତାବାଦୀ ବୋଲି କହୁଛି । କୋର୍ଟ ସଜ୍ଜନ କୁମାରଙ୍କୁ ଦଣ୍ଡ ଦେଇଥିଲେ, କିନ୍ତୁ ଆଜି ମଧ୍ୟ କଂଗ୍ରେସରେ ସଜ୍ଜନ କୁମାରଙ୍କ ଭଳି ଅନେକ ଲୋକ ଅଛନ୍ତି ବୋଲି ନିର୍ଭିକ ଭାବେ ଶିଖ୍ ଛାତ୍ରଜଣକ ରାହୁଲଙ୍କୁ କହିଥିଲେ । ତେବେ ଛାତ୍ରଙ୍କ ଏପରି ପ୍ରଶ୍ନରେ ସାମାନ୍ୟ ଅପ୍ରସ୍ତୁତ ହୋଇପଡିଥିବା ରାହୁଲ କିନ୍ତୁ ପରବର୍ତ୍ତୀ ସମୟରେ ନିଜକୁ ପ୍ରକୃତିସ୍ଥ କରିବା ସହ ଉପରୋକ୍ତ ବୟାନ୍ ପୂର୍ବକ ଘଟଣାକୁ ସ୍ୱୀକାର କରିଥିଲେ । ଏହି ଘଟଣା ୨ ସପ୍ତାହ ପୂର୍ବର ହୋଇଥିବା ବେଳେ ରବିବାର ଏହାର କିଛି ଭିଡିଓ ଆଂଶିକ ଆଂଶିକ ଭାବେ ସାମ୍ନାକୁ ଆସିଛି । ଏହି ଭିଡିଓ ସାମ୍ନାକୁ ଆସିବା ପରେ ଏହା ଭାଇରାଲ୍ ହେବାରେ ଲାଗିଛି । ବିଜେପି ଆଇଟି ସେଲ୍ ମୁଖ୍ୟ ଅମିତ ମାଲବ୍ୟ କହିଛନ୍ତି ଏବେ ରାହୁଲ ଗାନ୍ଧୀଙ୍କୁ କେବଳ ଭାରତରେ ନୁହେଁ ବରଂ ବିଦେଶରେ ମଧ୍ୟ ସମାଲୋଚନା କରାଯାଉଛି । କଂଗ୍ରେସର ସବୁ ଭୁଲ୍‌, ତ୍ରୁଟି ସମୟକ୍ରମେ ସମସ୍ତେ ବୁଝିପାରିବେ ।

ପ୍ରକାଶ, ୧୯୮୦ ଦଶକରେ, ତତ୍କାଳୀନ ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱାଧୀନ ଭାରତ ସରକାର ପଞ୍ଜାବରେ ବଢ଼ୁଥିବା ଆତଙ୍କବାଦ ବିରୁଦ୍ଧରେ ଅପରେସନ ବ୍ଲୁ ଷ୍ଟାର ଆରମ୍ଭ କରିଥିଲେ । ଏଥିରେ ସଶସ୍ତ୍ର ଆନ୍ଦୋଳନର ନେତୃତ୍ୱ ନେଉଥିବା ଭିଣ୍ଡରାୱାଲେ ନିହତ ହୋଇଥିଲେ ଏବଂ ଅକାଳୀ ପକ୍ଷଙ୍କୁ ବହୁତ କ୍ଷତି ପହଞ୍ଚିଥିଲା । ଏହା ପରେ, ଇନ୍ଦିରା ଗାନ୍ଧୀଙ୍କୁ ତାଙ୍କରି ସୁରକ୍ଷା କର୍ମୀ (ଶିଖ୍ ଯବାନ୍‌) ଗୁଳି କରି ହତ୍ୟା କରିଥିଲେ । ଏହା ପରେ ଦେଶବ୍ୟାପୀ ଶିଖ୍ ବିରୋଧୀ ଦଙ୍ଗା ହୋଇଥିଲା । ସରକାରୀ ସଂଖ୍ୟା ଅନୁଯାୟୀ, ଏହି ଦଙ୍ଗାରେ ୩,୦୦୦ରୁ ଅଧିକ ଶିଖ୍ ମୃତ୍ୟୁବରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking