24.1 C
Bhubaneswar
Friday, January 16, 2026
Homeଦେଶ ବିଦେଶନିଜ ଦଳର ନେତା/କର୍ମୀଙ୍କ ଉପରେ ରାହୁଲଙ୍କ ବିଶ୍ୱାସ ନାହିଁ

ନିଜ ଦଳର ନେତା/କର୍ମୀଙ୍କ ଉପରେ ରାହୁଲଙ୍କ ବିଶ୍ୱାସ ନାହିଁ

ନୂଆଦିଲ୍ଲୀ: ଗୁଜରାଟ କଂଗ୍ରେସ ଉପରେ ଦଳୀୟ ନେତା ରାହୁଲ ଗାନ୍ଧୀ ଦେଇଥିବା ବୟାନକୁ ନେଇ ଏବେ ଜାତୀୟ ରାଜନୀତି ଉଷ୍ମ ହୋଇପଡିଛି। ଲୋକସଭାରେ ବିରୋଧୀ ଦଳ ନେତା ଏବଂ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସମ୍ପ୍ରତି ଗୁଜରାଟ ଗସ୍ତରେ ଅଛନ୍ତି। ରାହୁଲ ତାଙ୍କ ଗସ୍ତର ଦ୍ୱିତୀୟ ଦିନ ଅର୍ଥାତ୍ ଶନିବାର ଅହମ୍ମଦାବାଦରେ କଂଗ୍ରେସ କର୍ମୀଙ୍କୁ ସମ୍ବୋଧିତ କରିଛନ୍ତି। ରାହୁଲ କହିଛନ୍ତି, ଗୁଜରାଟ କଂଗ୍ରେସରେ ଏବେ ଦୁଇ ପ୍ରକାରର (ବର୍ଗ) ଲୋକ ରହିଥିବା ସେ ଅନୁଭବ କରୁଛନ୍ତି। ଗୋଟିଏ ବର୍ଗ ହେଉଛନ୍ତି ଯେଉଁମାନେ ଦଳର ବିଚାରଧାରା ପ୍ରତି ପ୍ରତିବଦ୍ଧ ଏବଂ ଦିନରାତି ଦଳ ଓ ଲୋକଙ୍କ ପାଇଁ କାମ କରୁଛନ୍ତି। ଅନ୍ୟ ବର୍ଗର ଲୋକ ହେଉଛନ୍ତି ଯେଉଁମାନେ ବିଜେପି ସହ ସମ୍ପର୍କ ରଖିଛନ୍ତି। ଏହିଧରଣ ଲୋକେ କେବଳ ସୁଯୋଗ ଅପେକ୍ଷାରେ ଅଛନ୍ତି, କେଉଁ ମୁହୂର୍ତ୍ତରେ ମଧ୍ୟ ଏମାନେ ବିଜେପିକୁ ଦଳଡିଆଁ କରିବେ। କଂଗ୍ରେସ ନାମରେ କାମ କରୁଥିବାର ଦେଖେଇ ହେଉଥିବା ଏପ୍ରକାର ମାରାତ୍ମକ କର୍ମକର୍ତ୍ତାଙ୍କୁ ଦଳରୁ ବାହାର ରାସ୍ତା ଦେଖାଇବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏମାନେ ଦଳ ଭିତରେ ରହି ଦଳର ବିଚାରଧାରା ବିରୋଧରେ କାମ କରୁଛନ୍ତି ଏବଂ ଦଳକୁ ଅଧିକରୁ ଅଧିକ ଦୁର୍ବଳ କରିବାରେ ଲାଗିଛନ୍ତି। ଏମାନଙ୍କୁୂ ଚିହ୍ନଟ କରାଯିବ ଏବଂ ଏମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ରାହୁଲ ତାଙ୍କ ଭାଷଣରେ କହିଛନ୍ତି, କଂଗ୍ରେସରେ ନେତାଙ୍କ ଅଭାବ ନାହିଁ, କିନ୍ତୁ ସଂଗଠନକୁ ମଜଭୁତ କରିବାର ଆବଶ୍ୟକତା ଅଛି। ଯେପର୍ଯ୍ୟନ୍ତ କଂଗ୍ରେସ ତାର ଦାୟିତ୍ୱ ନିର୍ବାହ ନ କରେ, ସେପର୍ଯ୍ୟନ୍ତ ଗୁଜରାଟର ଲୋକମାନେ ନିର୍ବାଚନରେ ଦଳକୁ ସମର୍ଥନ କରିବେ ନାହିଁ। କଂଗ୍ରେସ ଗତ ୩୦ ବର୍ଷ ଧରି ଗୁଜରାଟରେ କ୍ଷମତା ବାହାରେ ଅଛି, କିନ୍ତୁ ଏବେ ପରିବର୍ତ୍ତନର ଆବଶ୍ୟକତା ରହିଛି। ସେ କାର୍ଯ୍ୟକର୍ତ୍ତାମାନଙ୍କୁ ଏକତ୍ରିତ ହୋଇ ଲୋକଙ୍କ ସେବା କରିବାକୁ ଆହ୍ୱାନ କରିଛନ୍ତି। ସେହିପରି ମହାତ୍ମା ଗାନ୍ଧୀ ଏବଂ ସର୍ଦ୍ଦାର ପଟେଲଙ୍କ ବିଷୟରେ ଉଲ୍ଲେଖ କରି ସେ କହିଥିଲେ, ଏହି ମହାନ ନେତାମାନେ କଂଗ୍ରେସର ମଜଭୁତ ମୂଳଦୁଆ ସ୍ଥାପନ କରିଥିଲେ। ଗୁଜରାଟ ବର୍ତ୍ତମାନ ଫସି ରହିଛି ଏବଂ ଏହାକୁ ସଠିକ ଦିଗ ଦେଖାଇବା ଆବଶ୍ୟକ। ଆମେ ଗୁଜରାଟର ଯୁବକ, କୃଷକ, ବ୍ୟବସାୟୀ ଏବଂ ମହିଳାଙ୍କ ପାଇଁ ଆସିଛୁ ଏବଂ ସେମାନଙ୍କ ଅଧିକାର ପାଇଁ ଲଢ଼େଇ ଜାରି ରଖିବୁ।

ଅନ୍ୟପକ୍ଷେ ନିଜ ଦଳର ନେତାଙ୍କ ବିରୋଧରେ ରାହୁଲଙ୍କ ଏପ୍ରକାର ଏପ୍ରକାର ସନ୍ଦେହଜନକ ବିବୃତିକୁ ନେଇ ବିଜେପି ତୀବ୍ର ସମାଲୋଚନା କରିଛି। ବିଜେପି ନେତା ତଥା ସାଂସଦ ସୁଧାଂଶୁ ତ୍ରିବେଦୀ କହିଛନ୍ତି, ଅନ୍ୟମାନଙ୍କୁ ଦୋଷ ଦେଇଆସୁଥିବା ରାହୁଲ ଗାନ୍ଧୀ ଏବେ ନିଜ ଦଳର ନିଜ ଲୋକଙ୍କୁ ମଧ୍ୟ ଦୋଷ ଦେବା ଆରମ୍ଭ କରିଛନ୍ତି। କେବଳ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ହିଁ ନିଜ ଦଳର ସଦସ୍ୟଙ୍କୁ ସାର୍ବଜନୀନ ଭାବରେ ଏପ୍ରକାର ଅପମାନିତ କରିପାରିବେ। କଂଗ୍ରେସର ଯୁବରାଜ କୁହାଯାଉଥିବା ରାହୁଲ ଗାନ୍ଧୀଙ୍କ ମାନସିକ ସ୍ଥିତି ବିଗିଡିଯାଇଥିବା ପ୍ରତୀତ ହେଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking