27.1 C
Bhubaneswar
Friday, July 5, 2024
Homeଦେଶ ବିଦେଶଗୃହରେ ରାହୁଲଙ୍କ ଆଚରଣ ଜଣେ ବିଶୃଙ୍ଖଳିତ ଛାତ୍ର ନେତାଙ୍କ ଭଳି: ଊମା ଭାରତୀ

ଗୃହରେ ରାହୁଲଙ୍କ ଆଚରଣ ଜଣେ ବିଶୃଙ୍ଖଳିତ ଛାତ୍ର ନେତାଙ୍କ ଭଳି: ଊମା ଭାରତୀ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ ଆଜି ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି । ସେ ରାହୁଲଙ୍କୁ ଆତଙ୍କବାଦୀ ବୋଲି କହିଛନ୍ତି । ଦିନକ ପୂର୍ବେ ଲୋକସଭାରେ ବିରୋଧୀ ଦଳର ନେତା ରାହୁଲ ଆରଏସ୍‌ଏସ୍ ଏବଂ ବିଜେପିକୁ ସମାଲୋଚନା କରିବା ଉଦ୍ଦେଶ୍ୟରେ ହିନ୍ଦୁୂ ଦେବାଦେବୀଙ୍କ ଫଟୋକୁ ଧରି ହିନ୍ଦୁମାନଙ୍କ ସମ୍ପର୍କରେ ଏକ ବିବୃତ୍ତି ଦେଇଥିଲେ । ରାହୁଲ କହିଥିଲେ, ନିଜକୁ ହିନ୍ଦୁ ବୋଲି କହୁଥିବା ଲୋକମାନେ ହିଂସା ଓ ଘୃଣା ପ୍ରଚାର କରୁଛନ୍ତି । ଯେଉଁମାନେ ନିଜକୁ ହିନ୍ଦୁ ବୋଲି କହୁଛନ୍ତି ସେମାନେ ଦିନକୁ ୨୪ ଘଣ୍ଟା ହିଂସା ଏବଂ ଘୃଣା ପ୍ରଚାର କରିବା କାର୍ଯ୍ୟ କରନ୍ତି । ଜଣେ ହିନ୍ଦୁ କଦାପି ହିଂସା କରିପାରିବ ନାହିଁ, ଘୃଣା ଏବଂ ଭୟ ବିସ୍ତାର କରିପାରିବ ନାହିଁ । ହିନ୍ଦୁ କଦାପି ଆତଙ୍କବାଦୀଙ୍କ ପରି ଆଚରଣ କରନ୍ତି ନାହିଁ । ଏହି ପରିପ୍ରେକ୍ଷୀରେ କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ କହିଛନ୍ତି, ରାହୁଲ ଗାନ୍ଧୀ ହିନ୍ଦୁମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ, କିନ୍ତୁ ସେ ନିଜେ ଜଣେ ଆତଙ୍କବାଦୀ । ରାହୁଲ ଦେଶରେ ବିଭାଜନ ରାଜନୀତି କରିବାକୁ ଚେଷ୍ଟା କରୁଛନ୍ତି । ହିନ୍ଦୁ ସମାଜକୁ ଭାଙ୍ଗିବା ପାଇଁ ରାହୁଲ କାର୍ଯ୍ୟ କରୁଛନ୍ତି । ସେହିପରି ବିଜେପିର ବରିଷ୍ଠ ନେତ୍ରୀ ଊମା ଭାରତୀ ମଧ୍ୟ ଆଜି ରାହୁଲଙ୍କୁ ସମାଲୋଚନା କରିବାକୁ ଯାଇ କହିଛନ୍ତି, ଗୃହରେ ରାହୁଲଙ୍କ ଆଚରଣ ଜଣେ ବିଶୃଙ୍ଖଳିତ ଛାତ୍ର ନେତାଙ୍କ ଆଚରଣ ଭଳି ପ୍ରତୀତ ହେଉଛି ।
ରାହୁଲ ଗାନ୍ଧୀ ସୋମବାର ଲୋକସଭାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସମ୍ବୋଧନ ଉପରେ ଆଲୋଚନା କରୁଥିଲେ । ଏହି ସମୟରେ ସେ ସମସ୍ତ ଧର୍ମ ଦ୍ୱାରା ଦିଆଯାଇଥିବା ଶିକ୍ଷା ବିଷୟରେ ଉଲ୍ଲେଖ କରିଥିଲେ ଏବଂ ଉପରୋକ୍ତ ମନ୍ତବ୍ୟ ଦେଇଥିଲେ । ଏହାକୁ କେନ୍ଦ୍ର କରି ଲୋକସଭାରେ ଗତକାଲି ଠାରୁ ଆଜି ଯାଏ ଶାସକ ଦଳ ପକ୍ଷରୁ ବିରୋଧୀ କଂଗ୍ରେସକୁ ତୀବ୍ର ସମାଲୋଚନା କରାଯାଇଆସୁଛି । ରାହୁଲଙ୍କ ଏହି କଥା ଶୁଣି ଶାସକ ଦଳ ଉତ୍ତେଜିତ ହୋଇ ସ୍ଲୋଗାନ ଦେବା ଆରମ୍ଭ କରିଥିଲେ । ରାହୁଲଙ୍କୁ ତାଙ୍କ ବିବୃତ୍ତି ପାଇଁ କ୍ଷମା ମାଗିବାକୁ ଶାସକ ଦଳ ପକ୍ଷରୁ ଦାବି କରାଯାଇଥିଲା । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ନିଜ ଆସନରୁ ଛିଡ଼ା ହୋଇ ରାହୁଲଙ୍କ ଏପ୍ରକାର ବିବୃତିକୁ ଭର୍ତ୍ସନା କରିଥିଲେ । ମୋଦୀ କହିଥିଲେ ସମଗ୍ର ହିନ୍ଦୁ ସମାଜକୁ ହିଂସାତ୍ମକ କହିବା ଅତ୍ୟନ୍ତ ଗମ୍ଭୀର ବିଷୟ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking