32.1 C
Bhubaneswar
Saturday, September 21, 2024
Homeଓଡିଶାରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଓ ପ୍ରିୟଙ୍କା

ରାଜ୍ୟ ସରକାରଙ୍କୁ କଡା ସମାଲୋଚନା କଲେ ରାହୁଲ ଓ ପ୍ରିୟଙ୍କା

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଗୁରୁବଂଶ ସିଂ ଓ ବାନ୍ଧବୀଙ୍କୁ ଉପରେ ହୋଇଥିବା ନିର୍ୟାତନା ଘଟଣାକୁ ନେଇ ସାରା ଦେଶର ନିନ୍ଦିତ ହେଉଛି ଓଡ଼ିଶା। ଶାନ୍ତିପ୍ରିୟ ରାଜ୍ୟ ଓଡ଼ିଶାରେ ଏପରି ଘଟଣା ଘଟିବା ଦେଶରେ ଓଡ଼ିଶାର ପରିଚୟକୁ ମଳିନ କରିଛି। ଯେପରି ଭାବେ ମେଜର ଓ ବାନ୍ଧବୀଙ୍କୁ ଥାର୍ଡ ଡିଗ୍ରୀ ଦିଆଗଲା, ନିର୍ୟାତନା ଦିଆଗଲା, ଅସଦାଚରଣ କରାଗଲା, ଜଣେ ବ୍ରିଗେଡିୟରଙ୍କ ଝିଅଙ୍କୁ  ଅସଦାଚରଣ କରାଗଲା, ତାହା ଅତ୍ୟନ୍ତ ନିନ୍ଦନୀୟ ଘଟଣା।ତେବେ ଏହି ଘଟଣାକୁ ନେଇ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ବିଜେପିକୁ କଡ଼ା ସମାଲୋଚନା କରିଛନ୍ତି । ସୋସିଆଲ ମିଡିଆ ‘ଏକ୍ସ’ ରେ ପୋଷ୍ଟ କରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଲେଖିଛନ୍ତି, ଓଡ଼ିଶାରେ ଘଟିଥିବା ଏହି ଭୟଙ୍କର ଘଟଣା ଦେଶର ଆଇନ ଶୃଙ୍ଖଳାକୁ ନେଇ ଗମ୍ଭୀର ପ୍ରଶ୍ନବାଚୀ ସୃଷ୍ଟି କରିଛି। ପୁଲିସର ସହାୟତା ଲୋଡ଼ିଥିବା ଜଣେ ସେନା ଅଧିକାରୀଙ୍କୁ ଅତି ନିର୍ମମ ଭାବେ ମାଡ଼ ମରାଯାଇଥିଲା ଏବଂ ତାଙ୍କ ପ୍ରେମିକାଙ୍କୁ ହାଜତରେ ଆକ୍ରମଣ କରାଯାଇଥିଲା। ଏହି ଲଜ୍ଜାଜନକ ଘଟଣା ସମଗ୍ର ମାନବିକତା ଉପରେ ଖରାପ ପ୍ରଭାବ ପକାଉଛି। ବିଜେପି ସରକାରରେ ମହିଳାଙ୍କ ବିରୋଧରେ ଅପରାଧ ବ୍ୟାପକ ଓ ଅନିୟନ୍ତ୍ରିତ ହେବାରେ ଲାଗିଛି। ଏପରିକି ସରକାରୀ ବ୍ୟବସ୍ଥାରେ ଅନ୍ୟାୟ ବଢ଼ୁଥିବା ବେଳେ ସାଧାରଣ ନାଗରିକମାନେ କିପରି ସହାୟତା ଉପରେ ଭରସା କରିବେ? ଏହି ଘଟଣା ପାଇଁ ଯେଉଁମାନେ ଦାୟୀ ସେମାନେ ସମସ୍ତେ କଠୋର ଆଇନଗତ ଦଣ୍ଡ ପାଇବା ଉଚିତ୍। ଆଜି ଭାରତର ଜନସାଧାରଣ, ବିଶେଷକରି ମହିଳାମାନଙ୍କୁ ନ୍ୟାୟ ଏବଂ ନିରାପତ୍ତାର ଏକ ଉଦାହରଣ ଦରକାର। ଅନ୍ୟପଟେ ପ୍ରିୟଙ୍କା ‘ଏକ୍ସ’ ରେ ପୋଷ୍ଟ କରି ଲେଖିଛନ୍ତି ଯେ, ଓଡ଼ିଶାରେ ପୁଲିସର ସହାୟତା ମାଗିବାକୁ ଯାଇଥିବା ଜଣେ ସେନା ଅଧିକାରୀ ଓ ବାନ୍ଧବୀଙ୍କ ସହ ଯାହା ହୋଇଛି ସେଥିରେ ପୂରା ଦେଶ ସ୍ତବ୍ଧ । ଏଠାରେ ସରକାର ପୁଲିସକୁ ରକ୍ଷକ ବଦଳରେ ଭକ୍ଷକ ବନାଇବା କାର୍ଯ୍ୟ କରାଉଛି । ବିଜେପି ସରକାରମାନଙ୍କରେ ମହିଳାଙ୍କ ବିରୋଧରେ ହେଉଥିବା ଅପରାଧ ପ୍ରତି ପୁଲିସର ଆଭିମୁଖ୍ୟ ବାସ୍ତବରେ କ୍ଷମତାରେ ଥିବା ଲୋକଙ୍କଠାରୁ ମିଳୁଥିବା ସୁରକ୍ଷାର ପରିଣାମ । ତେଣୁ ଏଭଳି ଅବସ୍ଥାରେ ମହିଳାମାନେ ନ୍ୟାୟ ପାଇଁ କୁଆଡ଼େ ଯିବେ ବୋଲି ସେ ପ୍ରଶ୍ନ କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking