28.1 C
Bhubaneswar
Tuesday, April 8, 2025
Homeଓଡିଶାରାଗିଙ୍ଗ ଅଭିଯୋଗ: ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ରାଗିଙ୍ଗ ଅଭିଯୋଗ: ବ୍ଲେଡରେ କାଟି କ୍ଷତ ସ୍ଥାନରେ ଲୁଣ ମାରିଲେ ନବମ ଶ୍ରେଣୀ ଛାତ୍ର

ମୟୂରଭଞ୍ଜ: ବ୍ଲେଡରେ କାଟିଲେ କ୍ଷତ ସ୍ଥାନରେ ଲୁଣ ମାରିଲେ । ରାଗିଙ୍ଗ କରିବାକୁ ଯାଇ ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ବ୍ଲେଡରେ କାଟି କ୍ଷତରେ ଲୁଣ ମାରି ବନ୍ଦ କଠୋରୀରେ ନିର୍ଯାତନା ଦେଇଥିବା ଅଭିଯୋଗ । ମୟୂରଭଞ୍ଜ ଉଦଳା ଖୁଣ୍ଟା ଥାନା ବାସିପିଠା ଏସଏସଡି ହାଇସ୍କୁଲରୁ ଆସିଛି ଏଭଳି ସାଙ୍ଘାତିକ ଅଭିଯୋଗ । ବିଦ୍ୟାଳୟ ହଷ୍ଟେଲରେ ରହୁଥିବା ବାରିପଦା ଭୁଗୁଡାକଟା ଅଞ୍ଚଳର ଷଷ୍ଠ ଶ୍ରେଣୀ ଛାତ୍ରଙ୍କୁ ହଷ୍ଟେଲରେ ରହୁଥିବା ନବମ ଶ୍ରେଣୀ ଛାତ୍ରମାନେ ରାଗିଙ୍ଗ କରିଥିବା ଅଭିଯୋଗ ହୋଇଛି । ନବମ ଶ୍ରେଣୀ ଛାତ୍ରମାନେ ହଷ୍ଟେଲରେ ମଦ ପିଉଥିବା, ଜଣେ ଷଷ୍ଠ ଶ୍ରେଣୀ ଛାତ୍ର ଦେଖିଥିଲେ । ଏ ନେଇ ବିଦ୍ୟାଳୟ ପ୍ରଧାନଶିକ୍ଷକଙ୍କୁ ଜଣାଇଥିଲେ । ଯାହା ପରେ ନବମ ଶ୍ରେଣୀ ଛାତ୍ରମାନେ ପରଦିନ ଏକ କୋଠରୀରେ ଅଟକାଇବା ସହିତ ଲୁହା ରଡ଼ରେ ମାଡ଼ ମାରିଥିବା ଅଭିଯୋଗ କରିଛନ୍ତି । ଏ ନେଇ ଖୁଣ୍ଟା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ପରିବାର । ଅଭିଯୋଗକୁ ଆଧାର କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking