28.1 C
Bhubaneswar
Monday, February 9, 2026
Homeଓଡିଶାରାଜ୍ୟପାଳ ଲାଟ ସାହେବ ନୁହନ୍ତି: ରଘୁବର

ରାଜ୍ୟପାଳ ଲାଟ ସାହେବ ନୁହନ୍ତି: ରଘୁବର

ଭୁବନେଶ୍ୱର: ରାଜ୍ୟପାଳ ଲାଟ ସାହେବ ନୁହନ୍ତି । ଏଭଳି କହିଛନ୍ତି ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ । ବିଜେପିରେ ପୁଣି ମିଶିବା ପରେ ରଘୁବର ଏଭଳି କହିଛନ୍ତି । ସେ କହିଛନ୍ତି ଯେ ରାଜ୍ୟପାଳ ପଦବୀକୁ ଲାଟ ସାହେବ ପଦବୀ ବୋଲି ସମସ୍ତେ ଭାବିଥାନ୍ତି । କିନ୍ତୁ ଜଗନ୍ନାଥଙ୍କ ଭୂମି ଓଡ଼ିଶାରେ ମୁଁ ଏଭଳି ଚିନ୍ତାଧାରାକୁ ଭାଙ୍ଗିଲି । ୩ ମାସରେ ୩୦ ଜିଲ୍ଲା ବୁଲି ମୁଁ ଲୋକଙ୍କ ସମସ୍ୟା ବୁଝିଲି । ରାଜ୍ୟପାଳ ଲାଟସାହେବ ନୁହନ୍ତି, ରାଜ୍ୟପାଳ ଲୋକଙ୍କ ରାଜ୍ୟପାଳ ବୋଲି ରଘୁବର କହିଛନ୍ତି ।

ଓଡ଼ିଶାର ପୂର୍ବତନ ରାଜ୍ୟପାଳ ରଘୁବର ଦାସ ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ପରେ ପୁଣି ଥରେ ଶୁକ୍ରବାର ବିଜେପିକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଝାଡ଼ଖଣ୍ଡର ବିଜେପି ରାଜ୍ୟ କାର୍ୟ୍ୟାଳୟଠାରେ ଦଳର ସଭାପତି ବାବୁଲାଲ ମାରାଣ୍ଡିଙ୍କ ଉପସ୍ଥିତିରେ ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ନିକଟରେ ଓଡ଼ିଶା ରାଜ୍ୟପାଳ ପଦରୁ ରଘୁବରଙ୍କୁ ହଟାଇ ତାଙ୍କ ସ୍ଥାନରେ ହରିବାବୁ କମ୍ଭମପଟିଙ୍କୁ ଦାୟିତ୍ୱ ଦିଆଯାଇଛି। ରଘୁବର ଓଡ଼ିଶା ରାଜ୍ୟପାଳ ପଦରୁ ହଟିବା ବେଳେ ସେ ରାଜନୀତିକୁ ଫେରିବେ ବୋଲି ରାଜ୍ୟର ଅନେକ ବିଜେପିନେତା ମତ ରଖିଥିଲେ। ରଘୁବର ମଧ୍ୟ ସେତେବେଳେ ଦାୟିତ୍ୱରୁ ହଟିବା ପରେ ଦଳ ତାଙ୍କୁ ଯେଉଁ ଦାୟିତ୍ୱ ଦେବ ତାହା ନିର୍ବାହ କରିବେ ବୋଲି କହିଥିଲେ। ସେହିଭଳି ବିଜେପି ରାଜ୍ୟ ପ୍ରଭାରୀ ବିଜୟ ପାଲ ସିଂ ତୋମାର ମଧ୍ୟ ରଘୁବର ରାଜନୀତିରେ ଯୋଗଦେବାକୁ ଇଚ୍ଛୁକ ଥିବା କଥା ପ୍ରତିକ୍ରିୟାରେ କହିଥିଲେ।

ତେବେ ରଘୁବର ରାଜ୍ୟପାଳ ପଦରୁ ହଚିବାର କିଛିଦିନ ପରେ ଭାଜପା ସଦସ୍ୟତା ଗ୍ରହଣକରି ପୁଣି ଥରେ ସକ୍ରିୟ ରାଜନୀତିକୁ ଫେରିଛନ୍ତି। ହେଲେ କେନ୍ଦ୍ର ତାଙ୍କୁ ସେପରି କିଛି ବଡ ଦାୟିତ୍ୱ ଏ ପର୍ୟ୍ୟନ୍ତ ପ୍ରଦାନ କରିନାହିଁ। ସୂଚନାଯୋଗ୍ୟ, ଝାଡ଼ଖଣ୍ଡ ନିର୍ବାଚନ ସମୟରେ ରଘୁବର ନିର୍ବାଚନ ଲଢିବା ଲାଗି ଆଶା ରଖିଥିଲେ। ହେଲେ ବିଜେପି ତାଙ୍କୁ ସେହି ସୁଯୋଗ ଦେଇ ନ ଥିଲା। ନିର୍ବାଚନ ସରିବା ପରେ ତାଙ୍କୁ ଓଡ଼ିଶା ରାଜ୍ୟପାଳ ପଦରୁ ହଟାଗଲା। ଏବେ ସେ ଝାଡ଼ଖଣ୍ଡ ରାଜନୀତିକୁ ଫେରିଛନ୍ତି। ଗତ ଝାଡ଼ଖଣ୍ଡ ନିର୍ବାଚନରେ ବିଜେପି ସରକାର ଗଠନ କରିବାରେ ବିଫଳ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking