18.1 C
Bhubaneswar
Thursday, February 12, 2026
Homeମନୋରଞ୍ଜନରାଧିକା ଓ ଅନନ୍ତଙ୍କର ସଂଗୀତ ଉତ୍ସବରେ ଝୁମିଲେ ପୁରା ପରିବାର

ରାଧିକା ଓ ଅନନ୍ତଙ୍କର ସଂଗୀତ ଉତ୍ସବରେ ଝୁମିଲେ ପୁରା ପରିବାର

ନୂଆଦିଲ୍ଳୀ : ବିଶିଷ୍ଠ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ ଓ ରାଧିକା ମର୍ଚାଣ୍ଟଙ୍କ ବିବାହ ଉତ୍ସବ ପାଇଁ ପୁରା ଜମିଛି ଖୁସିର ମାହୋଲ । ଗତକାଲି ରାଧିକା ଓ ଅନନ୍ତଙ୍କର ସଂଗୀତ ଉତ୍ସବ ଥିଲା। ଗତକାଲିର କାର୍ଯ୍ୟକ୍ରମରେ ଅନେକ କଳାକାରଙ୍କୁ ଦେଖିବାକୁ ମିଳିଥିଲା। ସଲମାନ ଖାନଙ୍କଠାରୁ ମାଧୁରୀ ଦୀକ୍ଷିତ ନେନେ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ପର୍ଯ୍ୟନ୍ତ ଅନେକ ସେଲିବ୍ରିଟି ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୋଭା ବୃଦ୍ଧି କରିଥିଲେ। ମୁକେଶ ଅମ୍ବାନୀ ଓ ତାଙ୍କ ପତ୍ନୀ ନୀତା ଅମ୍ବାନୀ ସେମାନଙ୍କ ପରିବାର ସହିତ ଶାହରୁଖ ଖାନଙ୍କ ଫିଲ୍ମ ‘ଓମ ଶାନ୍ତି ଓମ’ର ‘ଦିୱାନଗୀ ଦିୱାନଗୀ’ ଗୀତରେ ନୃତ୍ୟ ପ୍ରଦର୍ଶନ କରି ସଭିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମୁମ୍ବାଇର ଜିଓ ୱାର୍ଲ୍ଡ ସେଣ୍ଟରରେ ଏହି ସଂଗୀତ ସମାରୋହ ଅନୁଷ୍ଠିତ ହୋଇଥିଲା। ଅମ୍ବାନୀ ପରିବାରର ନୃତ୍ୟ ପ୍ରଦର୍ଶନର ଏକ ଭିଡିଓରେ ଆକାଶ ଅମ୍ବାନୀ ଏବଂ ଆନନ୍ଦ ପିରାମଲଙ୍କୁ ମଞ୍ଚରେ ଦେଖିବାକୁ ମିଳିଥିବା ବେଳେ ଈଶା ଅମ୍ବାନୀ ଏବଂ ଶ୍ଲୋକା ମେହେଟ୍ଟା କିଛି ସମୟ ପରେ ଯୋଗ ଦେଇଥିଲେ। ସେମାନେ ଏହି ପାରମ୍ପାରିକ ନୃତ୍ୟ ପ୍ରଦର୍ଶନ ବେଳେ ନୀତା ଅମ୍ବାନୀ ବି ନିଜର ଆସିଥିଲେ। ମୁକେଶ ଅମ୍ବାନୀ ଦର୍ଶକଙ୍କୁ ହାତ ହଲାଇ ଅଭିବାଦନ ଜଣାଇବାର ଭିଡିଓରେ ଦେଖବାକୁ ମିଳିଛି। ଏହି କାର୍ଯ୍ୟକ୍ରମରେ ଅଭିନେତା-ଅଭିନେତ୍ରୀ ତଥା ଦମ୍ପତି ଆଲିଆ ଭଟ୍ଟ ଏବଂ ରଣବୀର କପୁର, ଆନ୍ତର୍ଜାତୀୟ ପପ୍ ସେନ୍ସେସ୍ ଜଷ୍ଟିନ ବାଇବର ଏବଂ ଆହୁରି ଅନେକଙ୍କ ପ୍ରଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା ​।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking