30.1 C
Bhubaneswar
Tuesday, February 24, 2026
Homeଓଡିଶାପୋଖରୀରେ ଭାସୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ପୋଖରୀରେ ଭାସୁଛି କ୍ୱିଣ୍ଟାଲ କ୍ୱିଣ୍ଟାଲ ମଲା ମାଛ

ମୟୂରଭଞ୍ଜ: ପୋଖରୀରେ ମରିଗଲା ଛୋଟ ବଡ଼ ମାଛ ।ଦୁଃଖରେ ଭାଙ୍ଗିପଡିଲେ ଗରିବ ଚାଷୀ । ଏଭଳି ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ବ୍ଲକ ଅନ୍ତର୍ଗତ ନାକିଚୁଆ ପଞ୍ଚାୟତ କାନପୁର ଗ୍ରାମରେ ଥିବା ରାଧାକୁଣ୍ଡ ପୋଖରୀରେ ।ଲକ୍ଷାଧିକ ଟଙ୍କାର ମାଛ ମୃତ। ମାଛ ମରିବାର କାରଣ ଅସ୍ପଷ୍ଟ। ସୂଚନା ମୁତାବକ କାନପୁର ଗାଁର ମୂରଲୀଧର ନାୟକ ପଞ୍ଚାୟତରୁ ୩ବର୍ଷ ପାଇଁ ଲିଜ ନେଇ ମାଛଚାଷ କରି ଆସୁଛନ୍ତି । ଗତ ଦୁଇବର୍ଷ ହେବ ପୋଖରୀରେ ନିୟମିତ ମାଛ ଯାଆଁଳା ମଧ୍ୟ ଛାଡୁଥିଲେ। ମାଛ ସୁସ୍ଥ ଏବଂ ନିରୋଗ ପାଇଁ ଆବଶ୍ୟକୀୟ ଦାନା ଓ ଔଷଧର ପ୍ରୟୋଗ କରୁଥିଲେ। କିନ୍ତୁ ଆଜି ସକାଳେ ହଠାତ କିଛି ମଲାମାଛ ଭାସୁଥିବାର ଦେଖି ମାଛଚାଷୀ ଶ୍ରୀଯୁକ୍ତ ନାୟକ ଦୁଃଖରେ ଭାଙ୍ଗି ପଡିଛନ୍ତି।ସେ ଜଣେ ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ତାଙ୍କର ସମସ୍ତ ପୁଞ୍ଜି ମାଛଚାଷରେ ନିବେଶ କରିଥିଲେ। ଆଶା ରଖିଥିଲେ ଦୁଇପଇସା ରୋଜଗାର ହୋଇଥାନ୍ତା। କିନ୍ତୁ ତାଙ୍କର ସମସ୍ତ ସ୍ୱପ୍ନ ଭାଙ୍ଗି ଯାଇଛି।ତେବେ କୋୖଣସି ଦୁର୍ବୃତ୍ତ ପୋଖରୀରେ ବିଷ ପକାଇ ଥିବା ସନ୍ଦେହ କରାଯାଉଛି। ଏ ବାବଦରେ ଶ୍ରୀ ନାୟକ ଫିସେରୀ ବିଭାଗକୁ ଅବଗତ କରାଇଛନ୍ତି। ସରକାରୀ ଦଳ ଆସି ନିୟମିତ ଭାବରେ ପାଣି ଯାଞ୍ଚ କଲେ ମାଛ ମୃତ୍ୟୁର ରହସ୍ୟ ଜଣାପଡ଼ିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ତେବେ ସମସ୍ତ ପୁଞ୍ଜି ଏବେ କ୍ଷତି ହୋଇ ଯାଇଥିବାରୁ ସର୍ବସ୍ବାନ୍ତ ହୋଇଥିବା ମାଛଚାଷୀଙ୍କୁ ଉପଯୁକ୍ତ କ୍ଷତି ପୂରଣ ପ୍ରଦାନ ପାଇଁ ସରକାରଙ୍କ ଠାରେ ଗୁହାରି କରିଛନ୍ତି। ତେବେ ସରକାର ପୋଖରୀ ମାଲିକଙ୍କୁ କି ପ୍ରକାର ସହାୟତା ଯୋଗାଉଛନ୍ତି ଦେଖିବାକୁ ବାକି ରହିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking