29.1 C
Bhubaneswar
Sunday, February 15, 2026
Homeଓଡିଶାବୃତ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ଅଭିଭାବକଙ୍କ ଅସନ୍ତୋଷ

ବୃତ୍ତି ପରୀକ୍ଷାରେ ପ୍ରଶ୍ନପତ୍ର ବିଭ୍ରାଟ: ଅଭିଭାବକଙ୍କ ଅସନ୍ତୋଷ

ପୁରୀ: ବୃତ୍ତି ପରୀକ୍ଷା ରେ ପ୍ରଶ୍ନ ପତ୍ର ବିଭ୍ରାଟ। ପ୍ରଶ୍ନ ପତ୍ର ଅଭାବ କାରଣ ରୁ ଦେଖା ଦେଇଥିଲା ଅସନ୍ତୋଷ । ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ରେ ୩ୟ ଓ ୫ମ ଶ୍ରେଣୀ ର ବୃତ୍ତି ପରୀକ୍ଷା ପାଇଁ ଆଜି ସମୟ ସ୍ଥିର କରାଯାଇ ଥିବା ବେଳେ ପ୍ରଶ୍ନ ପତ୍ର ଅଭାବ ଘଟଣା ନଜରକୁ ଆସିଥିଲା। ପ୍ରଶ୍ନ ପତ୍ର ଅଭାବ ପାଇଁ ନିର୍ଦ୍ଧାରିତ ସମୟ ରେ ପରୀକ୍ଷା ଆରମ୍ଭ ଓ ଶେଷ ହୋଇ ନଥିବା କାରଣ ରୁ ପ୍ରଶ୍ନ ପତ୍ର ଲିକ୍ ହୋଇ ଥିବା ଆଶଙ୍କା କରି ଏହି ବୃତ୍ତି ପରୀକ୍ଷା କୁ ବାତିଲ କରିବା ପାଇଁ ଦାବି କରିଛନ୍ତି ଅଭିଭାବକ । ସୂଚନା ଥାଉକି ଆଜି ଡେଲାଙ୍ଗ ବ୍ଲକ ର ୧୧୬ ଜଣ ଛାତ୍ର ଛାତ୍ରୀ ବେରବୋଇ ସରକାରୀ ବିଦ୍ୟାଳୟ ରେ ବୃତ୍ତି ପରୀକ୍ଷା ପାଇଁ ସ୍ଥିର କରାଯାଇ ଥିବା ବେଳେ କିଛି ପ୍ରଶ୍ନ ପତ୍ର ଅଭାବ ପାଇଁ ପରୀକ୍ଷା ରେ ବିଭ୍ରାଟ ଦେଖା ଦେଇଥିଲା। ଘଟଣା ସ୍ଥଳରେ ଅଭିଭାବକ ମାନେ ପରୀକ୍ଷା ବାତିଲ ପାଇଁ ଦାବି କରିଥିବା ବେଳେ ପୋଲିସ ପହଞ୍ଚି ବୁଝାସୁଝା କରିଛି । ସେପଟେ ଏ ସମ୍ପର୍କ ରେ ବିଭାଗୀୟ ଅଧିକାରୀଙ୍କ କୌଣସି ପ୍ରତିକ୍ରିୟା ମିଳି ପାରି ନାହିଁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking