18.1 C
Bhubaneswar
Saturday, December 6, 2025
Homeଓଡିଶାପ୍ରଶ୍ନକାଳକୁ ବାତିଲ କରି ଚାଷୀଙ୍କ ସମସ୍ୟା ଆଲୋଚନା ହେଉ: ପ୍ରମିଳା

ପ୍ରଶ୍ନକାଳକୁ ବାତିଲ କରି ଚାଷୀଙ୍କ ସମସ୍ୟା ଆଲୋଚନା ହେଉ: ପ୍ରମିଳା

ଭୁବନେଶ୍ୱର: ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ୬୦ ଭାଗ ଚାଷୀଙ୍କ ସମସ୍ୟା ରହିଛି, ସେ ପ୍ରସଙ୍ଗ ଉଠୁ । ପ୍ରଶ୍ନକାଳକୁ ବାତିଲ କରି ଚାଷୀଙ୍କ ସମସ୍ୟା ଆଲୋଚନା ହେଉ । ଯେତେବେଳେ ଗୃହ ଆରମ୍ଭ ହେବ । ସମାନ ପ୍ରସଙ୍ଗ ଉଠାଇବୁ । ଆଜି ବିଧାନସଭା ମୌସୁମୀ ଅଧିବେଶନର ଦ୍ୱିତୀୟ ଦିନ । ପ୍ରଶ୍ନକାଳ ଆରମ୍ଭରୁ ହିଁ ଗୃହରେ ବିରୋଧୀ ଦଳ ନାରାବାଜି କରିଥିଲେ । ବିରୋଧୀଙ୍କ ହୋହଲ୍ଲାରେ କେବଳ ୪ ମିନିଟ ଚାଲିଥିଲା ପ୍ରଶ୍ନକାଳ । ବାଚସ୍ପତିଙ୍କ ପୋଡିୟମ ତଳକୁ ଆସି ପୋଷ୍ଟର ଧରି ପାଟିତୁଣ୍ଡ କରିଥିଲେ ବିରୋଧୀ । ରାଜ୍ୟରେ ସାର ଅଭାବ ପ୍ରସଙ୍ଗକୁ ନେଇ ବିଜେଡି ବିଧାୟକ ନାରାବାଜି କରିଥିଲେ । ଏନେଇ ବାଚସ୍ପତି ସୁରମା ପାଢୀ ଗୃହକୁ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking