ଭୁବନେଶ୍ୱର: ବିଧାନସଭା ମୌସୁମୀ ଅଧିବେଶନର ଷଷ୍ଠ ଦିନରେ ହଟ୍ଟଗୋଳ । ପ୍ରଶ୍ନକାଳ ଆରମ୍ଭରୁ ଗୃହରେ କଂଗ୍ରେସ ବିଧାୟକମାନେ ହଟ୍ଟଗୋଳ କରିଛନ୍ତି ା ନାରୀ ସୁରକ୍ଷା, ଗଣତନ୍ତ୍ର ସୁରକ୍ଷା ପ୍ରସଙ୍ଗରେ କଂଗ୍ରେସ ପୋଡିୟମ ତଳକୁ ଆସି ନାରାବାଜି କରିଛି । କୃଷି ବିଭାଗର ପ୍ରଶ୍ନୋତ୍ତର ଚାଲିଥିବା ବେଳେ ବିରୋଧୀମାନେ ହୋହଲ୍ଲା କରିଛନ୍ତି । ହଟ୍ଟଗୋଳ ଭିତରେ ଚାଲିଛି ପ୍ରଶ୍ନକାଳ ।










