27.1 C
Bhubaneswar
Monday, March 30, 2026
Homeଦେଶ ବିଦେଶସାକିବ୍‌ଙ୍କ ବୋଲିଂ ଆକ୍ସନ୍‌କୁ ନେଇ ପ୍ରଶ୍ନ

ସାକିବ୍‌ଙ୍କ ବୋଲିଂ ଆକ୍ସନ୍‌କୁ ନେଇ ପ୍ରଶ୍ନ

ଲଣ୍ଡନ: ବାଂଲାଦେଶର ଷ୍ଟାର୍ ଅଲ୍‌ରାଉଣ୍ଡର୍ ସାକିବ୍ ଅଲ୍ ହସନ୍ ନିଜ ବୋଲିଂ ପାଇଁ ସାରା ବିଶ୍ୱରେ ଜଣାଶୁଣା। ସାରା ବିଶ୍ୱରେ ଖେଳାଯାଉଥିବା ବିଭିନ୍ନ ଟୁର୍ଣ୍ଣାମେଣ୍ଟ୍‌ରେ ମଧ୍ୟ ଭାଗ ନେଇଥାନ୍ତି। ଏବେ ସେ ସରେ ପକ୍ଷରୁ ଇଂଲଣ୍ଡର କାଉଣ୍ଟି ଚାମ୍ପିଅନ୍‌ଶିପ୍‌ରେ ଭାଗ ନେଉଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ୍‌ରେ ଖେଳୁଥିବା ବେଳେ ଅମ୍ପାୟାର୍‌ଙ୍କ ଦ୍ୱାରା ତାଙ୍କ ବୋଲିଂ ଆକ୍ସନ୍‌କୁ ନେଇ ରିପୋର୍ଟ କରାଯାଇଛି। ଏହାପରେ ତାଙ୍କ ବୋଲିଂ ଆକ୍ସନ୍ ବିଶ୍ଲେଷଣ କରିବା ନିମନ୍ତେ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି) ପକ୍ଷରୁ ସାକିବ୍‌ଙ୍କୁ କୁହାଯାଇଛି। ଏହି ବିଶ୍ଳେଷଣରେ ଯଦି ସାକିବ୍‌ଙ୍କ ଆକ୍ସନ୍‌ରେ ତ୍ରୁଟି ପରିଲକ୍ଷିତ ହୁଏ, ତେବେ ତାଙ୍କ ଟିମ୍ ଏବଂ ତାଙ୍କ ଉପରେ ଇସିବି ଆକ୍ସନ୍ ନେଇପାରେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking