19.1 C
Bhubaneswar
Wednesday, February 11, 2026
Homeଦେଶ ବିଦେଶହମାସ ନେତାଙ୍କୁ ଦେଶ ଛାଡ଼ିବାକୁ କତାରର ନିର୍ଦେଶ

ହମାସ ନେତାଙ୍କୁ ଦେଶ ଛାଡ଼ିବାକୁ କତାରର ନିର୍ଦେଶ

କତାର: ଆମେରିକା ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ୍ ନିର୍ବାଚିତ ହେବା ପରେ ଏବେ ମୁସଲିମ୍ ଦେଶଗୁଡ଼ିକ କିଛିମାତ୍ରାରେ ଭୟଭୀତ ହୋଇପଡିଥିବା ସ୍ପଷ୍ଟ ପ୍ରତୀତ ହେଉଛି। ଏପରି ଏକ ରିପୋର୍ଟ ଏବେ କତାରରୁ ଆସିଛି। କତାରରେ ଆତ୍ମଗୋପନ କରୁଥିବା ଆତଙ୍କବାଦୀ ସଂଗଠନ ହମାସର ନେତାମାନଙ୍କୁ ଦେଶ ଛାଡ଼ି ଚାଲିଯିବାକୁ ସ୍ଥାନୀୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ମିଳିଛି। ହମାସକୁ ସମର୍ଥନ ନ କରିବାକୁ ଆମେରିକାର ନିର୍ଦ୍ଦେଶ ପରେ ଚାପରେ ଆସି କାତାର ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ପ୍ରକାଶ, ଇସ୍ରାଏଲ-ହମାସ ମଧ୍ୟରେ ଯୁଦ୍ଧ ଯୋଗୁ ଅନେକ ହମାସ ନେତା ନିପାତ ହୋଇଛନ୍ତି।

ସେହି ଭୟରେ ହମାସର ବହୁ ନେତା କାତାର ଚାଲିଯାଇ ସେଠାରେ ଆତ୍ମଗୋପନ କରୁଛନ୍ତି। ସେପଟେ ଯୁଦ୍ଧ ବିରତି ଏବଂ ପଣବନ୍ଦୀ ଥିବା ନାଗରିକଙ୍କୁ ଛାଡ଼ିବାକୁ ବାରମ୍ବାର ପ୍ରସ୍ତାବ ଦିଆଯିବା ସତ୍ୱେ ହମାସ ତାହାକୁ ପ୍ରତ୍ୟାଖ୍ୟାନ କରିଦେଇଛି। ଯାହାଫଳରେ ଆମେରିକା ପକ୍ଷରୁ ଲଗାତର କାତାର ସହ ଯୋଗାଯୋଗ କରାଯାଇ ଏହାର ବିରୋଧ କରାଯାଇଆସୁଛି। ଏହା ଗ୍ରହଣୀୟ ନୁହେଁ ବୋଲି ଆମେରିକା ପକ୍ଷରୁ କୁହାଯାଇଛି। ପଣବନ୍ଦୀଙ୍କୁ ଛାଡ଼ିବା ଲାଗି ଆମେରିକାର ଏକାଧିକ ପ୍ରସ୍ତାବକୁ ଖାରଜ କରିଥିବା ସଂଗଠନର ନେତାମାନଙ୍କୁ ମିତ୍ର ରାଷ୍ଟ୍ର ସ୍ୱାଗତ କରିବା ଅନୁଚିତ ବୋଲି ଆମେରିକାର ଜଣେ ଅଧିକାରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking