33.1 C
Bhubaneswar
Thursday, September 19, 2024
Homeଓଡିଶାକାରରୁ ଅଜଗର ସାପ ଉଦ୍ଧାର

କାରରୁ ଅଜଗର ସାପ ଉଦ୍ଧାର

ଯାଜପୁର : ଯାଜପୁର ଜିଲ୍ଲା ର ଯାଜପୁର ରୋଡ଼ ସହର ନିକବର୍ତ୍ତୀ 20 ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ଏକ ଗ୍ୟାରେଜ ର କାର ରୁ ଏକ ଅଜଗର ସାପ ଉଦ୍ଧାର ହୋଇଚି l ତେନ୍ତୁଲିଖୁଣ୍ଟା ଗାଁ ସ୍ଥିତ ହୁଣ୍ଡାଇ କାର ସୋରୁମ ନିକଟରେ କାର ଭିତରୁ 7 ଫୁଟର ଅଜଗର ଉଦ୍ଧାର,ଅଳ୍ପକେ ବର୍ତ୍ତିଲେ କାର ଚାଳକ l ଜନୈକ ଶିକ୍ଷାବିତ୍ ନିଜ କାର ଗାଡିକୁ ସର୍ଭିସିଂ ପାଇଁ ତେନ୍ତୁଲିଖୁଣ୍ଟା ଗାଁ ସ୍ଥିତ ହୁଣ୍ଡାଇ କାର ସୋରୁମକୁ ନେଇକି ଆସିଥିଲେ l ତେବେ କାର ଗାଡିକୁ ରଖିବା ପରେ ଡେ଼କ୍ସ ବୋର୍ଡ ନିକଟରେ ଏକ ସାପ ଥିବା ଦେଖିବାକୁ ପାଇଥିଲେ l ଏଥିସହିତ ସାପକୁ ଧରିବା ପାଇଁ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମଣିଭଦ୍ର ମଲ୍ଲିକକୁ ଫୋନ କଲ କରି ଡାକିଥିଲେ l ଫୋନ କଲ ପାଇ ମଣିଭଦ୍ର ନିଜ ସାଥୀଙ୍କୁ ଧରି ତୁରନ୍ତ ଘଟଣା ସ୍ଥଳରେ ପହଂଚିଥିଲେ l ତେବେ ମଣିଭଦ୍ର ପହଂଚିବା ପରେ ସାପକୁ ଧରିବାକୁ ଚେଷ୍ଟା କରିଥିଲେ l ସେପଟେ ସାପଟି ହଠାତ ଗାଡ଼ିର ଏସି ଚାମ୍ବର ଭିତରେ ପଶିଯାଇଥିଲା l ତେବେ ସୋରୁମ କର୍ମଚାରୀ ଓ ସ୍ନେକ ହେଲ୍ପ ଲାଇନ ସଦସ୍ୟ ମାନେ ଦୀର୍ଘ 5ଘଣ୍ଟା ଚେଷ୍ଠା କରିବା ପରେ ସାପକୁ ଗାଡ଼ିରୁ ଉଦ୍ଧାର କରିବାରେ ସଫଳ ହେଇଥିଲେ l ତେବେ ଅଜଗର ସାପକୁ ଉଦ୍ଧାର କରିବା ପରେ ବନ ବିଭାଗ ଅଧିକାରୀଙ୍କ ସହିତ ଆଲୋଚନା କରିବା ପରେ ସ୍ଥାନୀୟ ଜଙ୍ଗଲରେ ଛାଡି ଦେଇଥିବା ସୂଚନା ମିଳିଛି l ସେପଟେ ସାପକୁ ଦେଖିବା ପାଇଁ ସ୍ଥାନୀୟ ଲୋକେ ଭିଡ ଜମେଇଥିଲେ l

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking