21.1 C
Bhubaneswar
Saturday, December 6, 2025
Homeଓଡିଶାଚଳନ୍ତା ଟ୍ରେନ୍‌ରୁ ଅଜଗର ଉଦ୍ଧାର

ଚଳନ୍ତା ଟ୍ରେନ୍‌ରୁ ଅଜଗର ଉଦ୍ଧାର

ଭୁବନେଶ୍ୱର: ଚଳନ୍ତା ଟ୍ରେନରୁ ଉଦ୍ଧାର ହେଲା ବିଶାଳ ଅଜଗର ସାପ । ଚେନ୍ନାଇ-ହାୱଡା ମେଲ ଟ୍ରେନରେ ଦେଖିବାକୁ ମିଳିଥିଲା ଏହି ସାପ । ଟ୍ରେନର ଅଗ୍ନି ନିର୍ବାପକ ସିଲିଣ୍ଡର ରଖାଯାଇଥିବା ସ୍ଥାନରେ ସାପଟି ଚଢୁଥିବାର ଦେଖିବାକୁ ପାଇଥିଲେ ଯାତ୍ରୀ । ଫଳରେ ଟ୍ରେନରେ ଆତଙ୍କ ସୃଷ୍ଟି ହୋଇଥିଲା । ତୁରନ୍ତ ଟ୍ରେନର ଇମରଜେନ୍ସି ଚେନକୁ ଟାଣି ଟ୍ରେନକୁ ରଖାଯାଇଥିଲା । ଆରପିଏଫ ଏବଂ ବନବିଭାଗର କର୍ମଚାରୀ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ପ୍ରାୟ ଅଧ ଘଣ୍ଟାର ପ୍ରୟାସ ପରେ ସାପଟିକୁ ଉଦ୍ଧାର କରାଯାଇଥିଲା । ସାପଟିର ଲମ୍ବ ପ୍ରାୟ ୧୦ ଫୁଟ ହେବ ବୋଲି ସୂଚନା ମିଳିଛି । ସାପକୁ ଉଦ୍ଧାର କରାଯିବା ପରେ ଜଙ୍ଗଲରେ ଛଡାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking