25.1 C
Bhubaneswar
Wednesday, February 11, 2026
Homeଖେଳନିରାଶ ହେଲେ ପିଭି ସିନ୍ଧୁ

ନିରାଶ ହେଲେ ପିଭି ସିନ୍ଧୁ

ନୂଆଦିଲ୍ଲୀ : ନିରାଶ ହେଲେ ପିଭି ସିନ୍ଧୁ । ଭାରତର ଷ୍ଟାର ମହିଳା ଶଟଲର ପିଭି ସିନ୍ଧୁଙ୍କ ସ୍ୱର୍ଣ୍ଣ ପଦକ ହାସଲ ସ୍ୱପ୍ନ ଚୁରମାର ହୋଇଯାଇଛି। ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ହାରି ଯାଇଛନ୍ତି। ଫଳରେ ଅଲିମ୍ପିକ୍ସରେ ସିନ୍ଧୁଙ୍କ ହ୍ୟାଟ୍ରିକ୍‌ ପଦକ ସ୍ୱପ୍ନ ଭାଙ୍ଗିଯାଇଛି।ପ୍ୟାରିସ୍‌ ଅଲମ୍ପିକ୍ସରେ ଦଶମ ମାନ୍ୟତାପ୍ରାପ୍ତ ସିନ୍ଧୁ ଚତୁର୍ଥ ମାନ୍ୟତାପ୍ରାପ୍ତ ଚୀନ ଖେଳାଳି ହି ବିଙ୍ଗ ଜିଆଓଙ୍କଠୁ ୧୯-୨୧ ଓ ୧୪-୨୧ ସ୍କୋରରେ ୫୬ ମିନିଟ୍‌ରେ ମ୍ୟାଚ ହାରି ଯାଇଛନ୍ତି।ସିନ୍ଧୁ ପ୍ରଥମ ଭାରତୀୟ ମହିଳା ଶଟଲର ଭାବେ ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିଥିଲେ। ୨୦୨୧ରେ ଅନୁଷ୍ଠିତ ଟୋକିଓ ଅଲିମ୍ପିକ୍ସରେ ମଧ୍ୟ ସେ ଭାରତ ପାଇଁ ବ୍ରୋଞ୍ଜ ପଦକ ହାସଲ କରିଥିଲେ। ମାତ୍ର ଏଥର ତାଙ୍କ ସ୍ୱର୍ଣ୍ଣ ପଦକ ହାସଲ ଲକ୍ଷ୍ୟ ପୂରଣ ହୋଇ ପାରିନାହିଁ । ଏହା ଭାରତୀୟଙ୍କୁ ନିରାଶ କରିଛି।ଏନେଇ ୨୯ ବର୍ଷୀୟ ସିନ୍ଧୁ କହିଛନ୍ତି, ମୋର ସାମାନ୍ୟ କିଛି ତ୍ରୁଟି ପାଇଁ ମୋତେ ହାରର ସମ୍ମୁଖୀନ ହେବାକୁ ପଡ଼ିଛି। କିନ୍ତୁ ଏଥିପାଇଁ ମୁଁ ମୋର ସର୍ବୋତ୍ତମ ଦେଇଥିଲି। ଏହାପରେ ବି ଯାହା ହେଲା ତାହା ମୋ’ର ଭାଗ୍ୟ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking