ନୂଆଦିଲ୍ଲୀ: ପୁଟିନଙ୍କ ନୂଆ ମିସାଇଲ୍ । ଉଲ୍ଲକାପିଣ୍ଡ ମାଡ ହେବା ପରି ରଚୁଛି ତାଣ୍ଡବ । ସୂର୍ଯ୍ୟଙ୍କ ଉତାପ ପରି ସୃଷ୍ଟି କରୁଛି ତାତି । ୪ମହଲା କୋଠାକୁ ସେକେଣ୍ଡରେ କରୁଛି ଧୂଳିସାତ୍ । ପ୍ରତି ସେକେଣ୍ଡରେ ୩ କିଲୋମିଟର ବେଗରେ ଗତି କରୁଛି ଏହି ମିସାଇଲ। ଯୁକ୍ରେନରେ ତାଣ୍ଡବ ରଚିଥିବା ମିସାଇଲ୍ର ନାଁ ହେଉଛି ଓରେଶନିକ୍ ସିଷ୍ଟମ । ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ନେଇ ଉତ୍ତର ରଖିଛନ୍ତି ଋଷ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ । ସେ ମିସାଇଲର ଶକ୍ତି ବିଷୟରେ କହିଛନ୍ତି । ଏହି ମିସାଇଲ୍ ବଡ ଷ୍ଟ୍ରାଇକ୍ ପାଇଁ କରାଯାଇଥାଏ । ଏଥିରୁ ପରମାଣୁ ଆକ୍ରମଣ ମଧ୍ୟ କରାଯାଇ ପାରିବ । ଏହାକୁ କୌଣସି ମିସାଇଲ ସହିତ ତୁଳନା କରାଯାଇ ପାରିବନି । କିନ୍ତୁ ଏହା ପରମାଣୁ କ୍ଷେପଣାସ୍ତ୍ର ନୁହେଁ । କାରଣ ଏହା ଏକ ହାଇ ପ୍ରୋସିଶନ ମିସାଇଲ୍ । ଏଥିରେ ନ୍ୟୁକ୍ଲିୟର ଅସ୍ତ୍ର ଲଗାଯାଇନି । ଏହା ପରିବେଶକୁ କୌଣସି କ୍ଷତି କରିବନି । ନିକଟରେ ୟୁକ୍ରେନ ଉପରେ ନିଜର ହାଇପରସୋନିକ୍ ମିସାଇଲ୍ ଆକ୍ରମଣ କରିଥିଲା ରୁଷ । ଏଥିରେ ଆଶ୍ଚର୍ଯ୍ୟ ହୋଇଛି ସାରା ବିଶ୍ବ । ଆକ୍ରମଣ ରହିଥିଲା ଖୁବ୍ ଭୟାନକ । ୟୁକ୍ରେନ ଏବଂ ଏହାର ସାଥୀ ଦେଶର ସୁରକ୍ଷା ପ୍ରଣାଳୀ ମଧ୍ୟ ଏହାକୁ ରୋକିପାରି ନଥିଲା । ମିସାଇଲକୁ ନେଇ ରୁଷ କହିଥିଲା କି ଏହା କେବଳ ଟ୍ରାଏଲ୍ । ମିସାଇଲ୍ରେ ଲଗାଯାଇଥିଲା କମ୍ ପାଓ୍ବାରର ହତିଆର । ଏହି କ୍ଷେପଣାସ୍ତ୍ର ଘଣ୍ଟାପ୍ରତି ୧୦-୧୧ ହଜାର କିଲୋମିଟର ସ୍ପିଡ୍ରେ ଟାର୍ଗେଟକୁ ଲକ୍ଷଭେଦ କରିଥାଏ । ଅର୍ଥାତ୍ ଏହି ମିସାଇଲ୍ ପ୍ରତି ସେକେଣ୍ଡରେ ୩ କିଲୋମିଟର ବେଗରେ ଗତି କରିଥାଏ । ଏଥିରେ ଲାଗିଥିବା ଅସ୍ତ୍ରଶସ୍ତ୍ର ପାଖାପାଖି ସୂର୍ଯ୍ୟଙ୍କ ତାପମାନ ପରି ରହିଛି ତାପମାନ । ଏହା ୪ ହଜାର ଡିଗ୍ରୀ ସେଲସିୟସର ଉତ୍ତାପ ସୃଷ୍ଟି କରିଥାଏ । ଯାହା ଦୁନିଆର କୌଣସି ବି ଧାତୁ କିମ୍ବା କଂକ୍ରିଟ୍ ତରଳାଇ ପାରିବ । ଏହି ମିସାଇଲ୍ ଯେଉଁଠାରେ ପଡିବ, ସେଠାରେ ବିନାଶ ସୁନିଶ୍ଚିତ । ସବୁକିଛି ତରଳି ଯିବ । ଏହା କୌଣସି ଉଲ୍ଲକାପିଣ୍ଡ ମାଡ ହେବାଠୁ କମ୍ ନୁହେଁ । ଉଲ୍ଲକାପିଣ୍ଡ ଧକ୍କାରେ ଏପରି ଗର୍ତ୍ତ ହୋଇଥାଏ କି ଏକ ବଡ ହ୍ରଦ ମଧ୍ୟ ସୃଷ୍ଟି ହୋଇପାରେ । ଏହି କ୍ଷେପଣାସ୍ତ୍ର ଚାରିରୁ ପାଞ୍ଚ ମହଲା ଭୂତଳ ଯାଏଁ ଭେଦ କରିପାରେ । ଅର୍ଥାତ୍ ଅଣ୍ଡର ଗ୍ରାଉଣ୍ଡରେ ମଧ୍ୟ ଜୀବନ ବଞ୍ଚାଇବାର କୌଣସି ସୁଯୋଗ ନଥିବ । ଏହାର ତାପମାତ୍ରା ଏବଂ ଗତି କୌଣସି ବି ବଙ୍କର ଉଡ଼ାଇବାକୁ ଜଥେଷ୍ଟ । ମିସାଇଲ୍ ଯେଉଁଠାରେ ପଡିବ ଏହାର ଆଖପାଖରେ ଥିବା ସମସ୍ତ ଜିନିଷ ପାଉଁଶରେ ପରିଣତ ହୋଇଯିବ । ଏହାର ଅର୍ଥ ହେଉଛି ଯେ ବଙ୍କର୍ ଯେତେ ଶକ୍ତିଶାଳୀ ହେଲେ ମଧ୍ୟ ଏହା ନଷ୍ଟ ହୋଇଯିବ । ଓରେଶନିକ୍ ସିଷ୍ଟମର ଟାର୍ଗେଟରେ ମିଲେଟ୍ରି ଇନଷ୍ଟଲେସନ, ପ୍ରତିରକ୍ଷା ଶିଳ୍ପ, କିଭ୍ରେ ଥିବା ନିଷ୍ପତ୍ତି କେନ୍ଦ୍ର ସାମିଲ ହୋଇପାରେ । ଋଷର ଗୁରୁତ୍ୱପୂର୍ଣ୍ଣ ସ୍ଥାନଗୁଡିକ ଉପରେ କିବ୍ ସରକାର କ୍ରମାଗତ ଭାବରେ ଆକ୍ରମଣ କରିଆସୁଛନ୍ତି । ବିଶେଷକରି ସେଣ୍ଟ ପିଟର୍ସବର୍ଗ ଏବଂ ମସ୍କୋରେ । ଏହି କ୍ଷେପଣାସ୍ତ୍ରର ବହୁଳ ଉତ୍ପାଦନ ଆରମ୍ଭ ହୋଇଛି । ତେବେ କ୍ଷେପଣାସ୍ତ୍ରରେ କେଉଁ ପ୍ରକାରର ଅସ୍ତ୍ର ଲଗାଯିବ ତାହା ଲକ୍ଷ୍ୟ ସ୍ଥିର ହେବା ପରେ ହିଁ ସ୍ଥିର କରାଯିବ।