22.1 C
Bhubaneswar
Friday, November 29, 2024
Homeଦେଶ ବିଦେଶପୁଟିନଙ୍କ ଟାର୍ଗେଟରେ କିଭ

ପୁଟିନଙ୍କ ଟାର୍ଗେଟରେ କିଭ

ନୂଆଦିଲ୍ଲୀ  : ୟୁକ୍ରେନକୁ ରୂଷିଆ ରାଷ୍ଟ୍ରପତି ଭ୍ଲାଦମିର ପୁଟିନଙ୍କର ବଡ ଧମକ । ପୁଟିନ କହିଛନ୍ତି ,  ଗତ ଦୁଇ ଦିନ ମଧ୍ୟରେ  ୟୁକ୍ରେନ ଉପରକୁ  ୧୦୦ଟି ଡ୍ରୋନ ଏବଂ ୯୦ଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଛି । ଆଉ ଏଥି ସହିତ ନୂଆ କ୍ଷେପଣାସ୍ତ୍ରରେ କିବ ଉପରେ ଆକ୍ରମଣ କରିବାକୁ ଧମକ ଦେଇଥିଲେ ପୁଟିନ । କାଜାକିସ୍ତାନର ରାଜଧାନୀ ଆସ୍ତାନାରେ  ପୂର୍ୱତମ ସୋଭିଏତ ଦେଶଗୁଡିକର ସୁରକ୍ଷା ମେଣ୍ଟର ଏକ ବୈଠକକୁ  ସମ୍ବୋଧିତ କରି ପୁଟିନ ଏହା କହିଛନ୍ତି । ଋଷର କ୍ଷେପଣାସ୍ତ୍ର  ଏହାର ଶକ୍ତି  ଭିତ୍ତିଭୂମିକୁ ଟାର୍ଗେଟ କରିଛି  ବୋଲି ୟୁକ୍ରେନ କହିବା ପରେ ଏ ବୈଠକ ହୋଇଥିଲା । ଡ୍ରୋନ ମାଡ କରିଛି ଋଷିଆ । ଏଥି ଯୋଗୁଁ ୟୁକ୍ରେନରେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଛି । ୟୁକ୍ରେନର ଡିପନ୍ରୋ ସହର ଉପରେ ଋଷର ବ୍ୟାଲେଷ୍ଟିକ କ୍ଷେପଣାସ୍ତ୍ର ମାଡ କରିଛି । ଋଷ ପରମାଣୁ କ୍ଷମତା ସମ୍ପନ୍ନ ଅସ୍ତ୍ରଶସ୍ତ୍ର ଉତ୍ପାଦନ  ଆରମ୍ଭ କରିଛି । ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି କ୍ଷେପଣାସ୍ତ୍ର ଆକ୍ରମଣ ୟୁକ୍ରେନରେ ଅଧିକ କରାଯିବ । ସେପଟେ ୟୁକ୍ରନ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଛି । ଟାର୍ଗେଟରେ ୟୁକ୍ରେନର ଷ୍ଟାଟେଜିକ ସହର କିଭ ରହିଛି । ୟୁକ୍ରେନର ଶକ୍ତି ମନ୍ତ୍ରୀ ଜର୍ମାନ ଗାଲୁସେଙ୍କୋଙ୍କ ବଡ ବୟାନ ରହିଛି । ଦେଶର ବିଦ୍ୟୁତ ଭିତ୍ତିଭୂମି ବହୁତ ମାତ୍ରାରେ ପ୍ରଭାବିତ ହେଉଛି । ଯେହେତୁ ଋଷିଆ କ୍ରମାଗତ ଭାବେ ଆକ୍ରମଣ ଜାରି ରଖିଛି । ଜାତୀୟ ବିଦ୍ୱୁତ ଗ୍ରୀଡ ଗ୍ଧେଷନକୁ ଟାର୍ଗେଟ କରାଯାଉଛି । ରାଷ୍ଟ୍ରପତି ଜେଲେନସ୍କି ଏହି ଆକ୍ରମଣକୁ  ନିନ୍ଦା କରିଛନ୍ତି । ଋା ଅସ୍ତ୍ରଶସ୍ତ୍ର ବ୍ୟବହାର  କରୁଥିବା ଅଭିଯୋଗ ହୋଇଛି । ଅନେକ ଅଞ୍ଚଳରେ  କ୍ଲଷ୍ଟର ଅସ୍ତ୍ରଶସ୍ତ୍ର  ଆକ୍ରମଣରେ ରେକର୍ଡ କରାଯାଇଛି । ଋଷ ବେସାମରିକ ଭିତ୍ତିଭୂମିକୁ ଟାଗଚ୍ଛେଟ  କରୁଛି । ୟୁକ୍ରେନରେ ଶୀତ ଋତୁ ଚାଲିଛି  ଆଉ ଥଣ୍ଡା ଥରାଉଛି । ସମଗ୍ର ଦେଶରେ ପ୍ରାୟ ତାପମାତ୍ରା ପ୍ରାୟ ୦ ଡିଗ୍ରୀ ସେଲସିୟସ ରହିଛି । ୟୁକ୍ରେନର ବାୟୁସେନା କହିଛି ଋଷ ୯୧ଟି  କ୍ଷେପଣାସ୍ତ୍ର ଓ ୯୭ ଟି ଡ୍ରୋନ ନିକ୍ଷେପ କରିଛି । ୭୯ଟି କ୍ଷେପଣାସ୍ତ୍ର ଓ ୩୫ଟି ଡ୍ରୋନକୁ ନଷ୍ଟ କରିଛି ୟୁକ୍ରେନ ସେନା । ନ୍ୟାସନାଲ ପାଫ୍ୱାର ଗ୍ରିଡ ଅପରେଟର କହିଛନ୍ତି ଅନେକ ଅଞ୍ଚଳରେ ବିଦ୍ୟୁତ ସୁବିଧା ନାହିଁ । କିଭ ଅଞ୍ଚଳର ଅଧିକାରୀମାନେ କହିଛନ୍ତି ଗୁରୁତ୍ୱପୂର୍ଣ୍ ସ୍ଥାନ କ୍ଷତିଗ୍ରସ୍ତ ହୋଇଛି । କିଭ, ଓଡେସା , ଡିନିପ୍ରୋ ଏବଂ ଡୋନେସ୍କ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଛି । ଶକ୍ତି ଯୋଗାଣକାରୀ ସଂସ୍ଥା କହିଛି ଆକ୍ରମଣ ଯୋଗୁଁ ଦେଶରେ ଜରୁରୀକାଳୀନ ବ୍ଲାକ ଆଉଟ ହୋଇଛି । ୟୁକ୍ରେନର ପଶ୍ଚିମ ଅଞ୍ଚଳରେ ୧୦ ଲ୭କ୍ଷରୁ ଅଧିକ ଉପଭୋକ୍ତାଙ୍କ ପାଖରେ  ବିଜୁଳି ନାହିଁ । କେବଳ  ଲଭିଭ ଅଞ୍ଚଳରେ  ୬ ହଜାର  ଗ୍ରାହକଙ୍କ ଘରେ ବିଜୁଳି ନାହିଁ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking