15.1 C
Bhubaneswar
Wednesday, December 17, 2025
Homeଦେଶ ବିଦେଶଫୋନ୍ କଲ୍ ପାଇଁ ଟ୍ରମ୍ପ୍‌ଙ୍କୁ ଘଣ୍ଟାଧିକ କାଳ ଅପେକ୍ଷା କରାଇଲେ ପୁତିନ୍‌

ଫୋନ୍ କଲ୍ ପାଇଁ ଟ୍ରମ୍ପ୍‌ଙ୍କୁ ଘଣ୍ଟାଧିକ କାଳ ଅପେକ୍ଷା କରାଇଲେ ପୁତିନ୍‌

ୱାଶିଂଟନ: ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍‌, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଅପମାନିତ କରିଥିବା ଭଳି କିଛି ସମ୍ବାଦ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ ପୁତିନ୍‌-ଟ୍ରମ୍ପ୍‌ଙ୍କ ମଧ୍ୟରେ ଫୋନ୍‌ଯୋଗେ ଆଲୋଚନା ହେବାକୁ ଥିବା ବେଳେ ପୁତିନ୍ କିନ୍ତୁ ଧାର୍ଯ୍ୟ ସମୟର ୧ ଘଣ୍ଟା ବିଳମ୍ବରେ ଟ୍ରମ୍ପ୍‌ଙ୍କ ସହ ଫୋନ୍ କଲ୍‌କୁ ଆସିଥିଲେ। ସିଧାଅର୍ଥରେ କହିଲେ ପୁତିନ୍‌, ଫୋନ୍‌ରେ କଥା ହେବା ପାଇଁ ଟ୍ରମ୍ପ୍‌ଙ୍କୁ ୧ ଘଣ୍ଟା ଧରି ଅପେକ୍ଷା କରାଇଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ଭଳି ବ୍ୟକ୍ତିତ୍ୱ ମଧ୍ୟ ଏହି ସମୟ ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ ଏବଂ ପୁତିନ୍‌ଙ୍କ ସହ କଥା ହୋଇଥିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। କିନ୍ତୁ ରୁଷ-ୟୁକ୍ରେନ୍ ଯୁଦ୍ଧର ସମାପ୍ତି ପାଇଁ ଟ୍ରମ୍ପ୍‌ଙ୍କୁ ଏପରି କରିବାକୁ ପଡ଼ିଛି।

ତେବେ ପୁତିନ୍‌ଙ୍କ କାର୍ଯ୍ୟାଳୟ ପକ୍ଷରୁ ଏନେଇ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି ଯେ, ପୁତିନ୍ ମସ୍କୋରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ବ୍ୟସ୍ତ ରହିଥିଲେ। ଏହି ବୈଠକ ରୁଷୀୟ ଶିଳ୍ପପତି ଏବଂ ବ୍ୟବସାୟୀଙ୍କ ସମ୍ମିଳନୀ ଥିବା ବେଳେ ପୁତିନ୍ ଏହାକୁ ସମ୍ବୋଧିତ କରିଥିଲେ। ଏହି ବୈଠକ ପରେ ପୁତିନ୍ ସନ୍ଧ୍ୟା ୫ଟାରେ କ୍ରେମଲିନରେ ପହଞ୍ଚିଥିଲେ। ତେବେ ଟ୍ରମ୍ପଙ୍କ ଫୋନ ଆସିବାର ଧାର୍ଯ୍ୟ ସମୟର ୧ ଘଣ୍ଟା ପରେ ସେ କ୍ରେମଲିନରେ ପହଞ୍ଚିଥିଲେ। ଏହା ପରେ ଦୁଇ ନେତାଙ୍କ ମଧ୍ୟରେ ପ୍ରାୟ ୯୦ ମିନିଟ ପର୍ଯ୍ୟନ୍ତ ଆଲୋଚନା ହୋଇଥିଲା।

ଏହି ଆଲୋଚନା ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୭:୩୦ ରେ ଆରମ୍ଭ ହୋଇଥିଲା। ଆଲୋଚନାରେ ପୁତିନ୍ ୟୁକ୍ରେନର ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକ ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବା ଲାଗି ସର୍ତ୍ତମୂଳକ ସହମତି ଜଣାଇଛନ୍ତି। ଯଦି ୟୁକ୍ରେନ ମଧ୍ୟ ଏହି ସମୟ ସୁଦ୍ଧା ରୁଷୀୟ ଶକ୍ତି ପ୍ରତିଷ୍ଠାନ ଉପରେ ଆକ୍ରମଣ ନ କରେ, ୟୁକ୍ରେନରେ ସାମରିକ କାର୍ଯ୍ୟକଳାପ ବନ୍ଦ ହେବା ଏବଂ କୃଷ୍ଣସାଗରରେ ଜାହାଜର ସୁରକ୍ଷା ପ୍ରସଙ୍ଗରେ ଆଲୋଚନା ଆରମ୍ଭ ହେବା ସର୍ତ୍ତରେ ପୁତିନ୍ ୟୁକେନ୍‌ର ଶକ୍ତି ଉତ୍ପାଦନ କେନ୍ଦ୍ରଗୁଡ଼ିକ ଉପରେ ୩୦ଦିନ ପର୍ଯ୍ୟନ୍ତ ଆକ୍ରମଣ ନ କରିବା ଲାଗି ସହମତି ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ପୁତିନ୍ କୌଣସି ରାଷ୍ଟ୍ରର ମୁଖ୍ୟଙ୍କୁ ଆଲୋଚନା କିମ୍ବା ବୈଠକ ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରାଇବା କିଛି ନୂଆ କଥା ନୁହେଁ। ୨୦୧୪ରେ ପୁତିନ ଜର୍ମାନୀ ଚାନ୍‌ସେଲର ଆଞ୍ଜେଲା ମର୍କେଲଙ୍କୁ ମଧ୍ୟ ୪ ଘଣ୍ଟା ଅପେକ୍ଷା କରାଇଥିଲେ। ଏହି ବୈଠକର ପ୍ରସଙ୍ଗ ମଧ୍ୟ ୟୁକ୍ରେନ ଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking