14.1 C
Bhubaneswar
Wednesday, January 14, 2026
Homeଦେଶ ବିଦେଶଭାରତ ପ୍ରଶଂସାରେ ଶତମୁଖ ପୁଟିନ

ଭାରତ ପ୍ରଶଂସାରେ ଶତମୁଖ ପୁଟିନ

ବ୍ୟୁରୋ : ପୁଣିଥରେ ଭାରତର ପ୍ରଶଂସା କରି ପୁଟିନ ଭାରତକୁ ଏକ ମହାନ ଦେଶ ଭାବରେ ବର୍ଣ୍ଣନା କରିଛନ୍ତି। ଅନ୍ୟ ଦେଶ ତୁଳନାରେ ଭାରତର ଦ୍ରୁତ ଗତିରେ ଅର୍ଥନୈତିକ ଅଭିବୃଦ୍ଧି ଘଟୁଛି। ତେଣୁ ଭାରତ ବିଶ୍ୱର ମହାଶକ୍ତି ତାଲିକାରେ ଅନ୍ତର୍ଭୁକ୍ତ ହେବାକୁ ଯୋଗ୍ୟ ବୋଲି ପୁଟିନ କହିଛନ୍ତି। ରୁଷର ସୋଚି ସହରସ୍ଥିତ ଭାଲଡାଇ ଆଲୋଚନା କ୍ଲବରେ ଭାଷଣ ଦେବା ସମୟରେ ପୁଟିନ ଭାରତର ଅଗ୍ରଗତିକୁ ପ୍ରଶଂସା କରିଛନ୍ତି। ପୁଟିନ କହିଛନ୍ତି, ‘ଭାରତକୁ ଏହାର ଦେଢ଼ ବିଲିୟନ ଜନସଂଖ୍ୟା, ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ପ୍ରାଚୀନ ସଂସ୍କୃତି ଏବଂ ପରବର୍ତ୍ତୀ ବିକାଶ ପାଇଁ ବହୁତ ଭଲ ସମ୍ଭାବନା କାରଣରୁ ଏହାକୁ ଗ୍ଲୋବାଲ ସୁପର ପାୱାର ତାଲିକାରେ ଯୋଡାଯିବା ଉଚିତ।’ପୁଟିନ କହିଛନ୍ତି, ‘ଭାରତକୁ ଏହାର ଦେଢ଼ ବିଲିୟନ ଜନସଂଖ୍ୟା, ବିଶ୍ୱର ସମସ୍ତ ଅର୍ଥନୀତି ମଧ୍ୟରେ ଦ୍ରୁତ ଅଭିବୃଦ୍ଧି, ପ୍ରାଚୀନ ସଂସ୍କୃତି ଏବଂ ପରବର୍ତ୍ତୀ ବିକାଶ ପାଇଁ ବହୁତ ଭଲ ସମ୍ଭାବନା କାରଣରୁ ଏହାକୁ ଗ୍ଲୋବାଲ ସୁପର ପାୱାର ତାଲିକାରେ ଯୋଡାଯିବା ଉଚିତ।’ଭାରତର ସ୍ୱାଧୀନତା ପାଇଁ ସୋଭିଏତ ସଂଘ ମଧ୍ୟ ଏକ ବଡ଼ ଭୂମିକା ଗ୍ରହଣ କରିଥିଲା ବୋଲି ସେ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking