27.1 C
Bhubaneswar
Wednesday, March 18, 2026
Homeଦେଶ ବିଦେଶସଫଳ ହେଲା ପୁଷ୍ପକର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ

ସଫଳ ହେଲା ପୁଷ୍ପକର ଅନ୍ତିମ ପର୍ଯ୍ୟାୟ ପରୀକ୍ଷଣ

କର୍ଣ୍ଣାଟକ : ଆଜି କର୍ଣ୍ଣାଟକର ଚିତ୍ରଦୁର୍ଗ ହେଲିପ୍ୟାଡରେ ପୁଷ୍ପକର ତୃତୀୟ ତଥା ଅନ୍ତିମ ପର୍ଯ୍ୟାୟ ଲ୍ୟାଣ୍ଡିଂ ଏକ୍ସପେରିମେଣ୍ଟ ସଫଳ ହୋଇଛି। ଏହାର ଅର୍ଥ ଇସ୍ରୋକୁ ମିଳିଛି ହ୍ୟାଟ୍ରିକ ସଫଳତା। ପୂର୍ବରୁ ଦୁଇଥର ହୋଇଥିବା ଲ୍ୟାଣ୍ଡିଂ ପରୀକ୍ଷଣ ମଧ୍ୟ ସଫଳ ହୋଇଥିଲା। ପ୍ରଥମେ ପୁଷ୍ପକକୁ ବାୟୁସେନାର ଚିନୁକ ହେଲିକପ୍ଟର ଯୋଗେ ରନୱେ ଠାରୁ ସାଢ଼େ ୪ କିଲୋମିଟର ଦୂରକୁ ଏବଂ ଭୂପୃଷ୍ଠରୁ ସାଢ଼େ ୪ କିଲୋମିଟର ଉପରକୁ। ସେଠାରେ ଏହାକୁ ଖସାଇ ଦିଆଯାଇଥିଲା। ପ୍ରବଳ ପବନ ଓ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ଅଟୋମେଟିକ୍ ବା ସ୍ୱୟଂକ୍ରିୟ ଭାବେ ଏହା ନିର୍ଦ୍ଧାରିତ ରନୱେରେ ଅବତରଣ କରିଥିଲା। ଅତ୍ୟଧିକ ତୀବ୍ର ବେଗକୁ ସୁରକ୍ଷିତ ଭାବେ ସ୍ୱଳ୍ପ ସମୟ ଭିତରେ ହ୍ରାସ କରିବାରେ ସଫଳ ହୋଇଥିଲା ପୁଷ୍କକ। ଲ୍ୟାଣ୍ଡିଂ ବେଳକୁ ଏହାର ବେଗ ଘଣ୍ଟାପ୍ରତି ୩୨୦ କିଲୋମିଟର ରହିଥିଲା। ଏହା ଫାଇଟର ଜେଟ୍ ଠାରୁ ମଧ୍ୟ ଅଧିକ। ତେବେ ପାରାସୁଟ୍ ସହାୟତାରେ ବେଗକୁ ୧୦୦ କିଲୋ ମିଟରକୁ ହ୍ରାସ କରିବା ପରେ, ବ୍ରେକ୍ ଲଗାଇ ଏହାକୁ ଅଟକାଯାଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking