17.1 C
Bhubaneswar
Tuesday, February 3, 2026
Homeମନୋରଞ୍ଜନଏହି ଦିନ ରିଲିଜ ହେବ ପୁଷ୍ପା: ଦ ରୁଲ୍ ଫିଲ୍ମ

ଏହି ଦିନ ରିଲିଜ ହେବ ପୁଷ୍ପା: ଦ ରୁଲ୍ ଫିଲ୍ମ

ମୁମ୍ବାଇ : ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ପୁଷ୍ପା: ଦ ରୁଲ୍’ ବିଷୟରେ ଦର୍ଶକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି। ଏହି ଚଳଚ୍ଚିତ୍ରରେ ପୁଣିଥରେ ସାଉଥ ସୁପରଷ୍ଟାର ‘ପୁଷ୍ପରାଜ’ ଭାବେ ପରଦାରେ ଧମାକା କରିବାକୁ ଯାଉଛନ୍ତି ଅଭିନେତା ଅଲ୍ଲୁ ଅର୍ଜୁନ। ଏହି ଫିଲ୍ମ ୨୦୨୪ର ବହୁ ପ୍ରତିକ୍ଷୀତ ଫିଲ୍ମରୁ ଗୋଟିଏ ଥିବା ବେଳେ ଫିଲ୍ମକୁ ଦେଖିବାକୁ ଦର୍ଶକ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମ ଚଳିତ ବର୍ଷ ଅଗଷ୍ଟରେ ରିଲିଜ ହେବାର ଥିଲା । ହେଲେ ବର୍ତ୍ତମାନ ନିର୍ମାତା ଏହାର ରିଲିଜ ତାରିଖ ଘୁଞ୍ଚାଇ ଦେଇଛନ୍ତି । ସୋସିଆଲ ମିଡିଆରେ ନିର୍ମାତା ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ନୂଆ ରିଲିଜ ତାରିଖ ଘୋଷଣା କରିଛନ୍ତି । ଅଗଷ୍ଟରେ ନୁହଁ ଡିସେମ୍ୱରରେ ରିଲିଜ ହେବ ଫିଲ୍ମ । ଖ୍ରୀଷ୍ଟମାସ ଅବସରରେ ପ୍ରେକ୍ଷାଳୟରେ ‘ପୁଷ୍ପା ୨’ ରିଲିଜ ହେବ ଅଲ୍ଲୁ ଅର୍ଜୁନ ଏବଂ ନିର୍ମାତା ମୈଥ୍ରୀ ମୁଭିସ ନିଜ ଇନଷ୍ଟାଗ୍ରାମ ଏବଂ ଏକ୍ସରେ ଫିଲ୍ମର ନୂଆ ରିଲିଜ ତାରିଖ ପ୍ରକାଶ କରିଛନ୍ତି ଏବଂ ପୋଷ୍ଟ ପ୍ରଡକ୍ସନ ଓ ଫିଲ୍ମର ସୁଟିଂ ପୁରା ହୋଇନଥିବାରୁ ଫିଲ୍ମର ରିଲିଜ ଡେଟ ଘୁଞ୍ଚାଯାଇଥିବା କହିଛନ୍ତି ନିର୍ମାତା । ତେବେ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରି ଏହି ଅପଡେଟ ଦେଇଛନ୍ତି । ପୋଷ୍ଟରରେ ଅଲ୍ଲୁଙ୍କ ସାନଦାର ଅନ୍ଦାଜ ଦେଖିବାକୁ ମିଳିଛି । ସେ ହାତରେ ଖଣ୍ଡା ଧରିଥିବାର ନଜର ଆସିଛନ୍ତି । ଏହି ପୋଷ୍ଟର ସେୟାର କରି ଡିସେମ୍ୱର ୨, ୨୦୨୪ରେ ଫିଲ୍ମ ରିଲିଜ ହେବ ବୋଲି କୁହାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking