ନୂଆଦିଲ୍ଲୀ: ୭୧ ତମ ଜାତୀୟ ଚଳଚ୍ଚିତ୍ର ଉତ୍ସବରେ ‘ପୁଷ୍କରା’ ପୁରସ୍କୃତ ହୋଇଛି । ତରଙ୍ଗ ସିନେ ପ୍ରଡକ୍ସନର ‘ପୁଷ୍କରା’କୁ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ସମ୍ମାନ ମିଳିଛି । ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପୁରସ୍କାର ଗ୍ରହଣ କଲେ ଓଟିଭି ନେଟୱାର୍କ ବିଜିନେଓ ହେଡ ଲିତିଶା ମଙ୍ଗତ ପଣ୍ଡା । ତରଙ୍ଗ ସିନେ ପ୍ରଡକ୍ସନରେ ୨୦୨୩ରେ ରିଲିଜ ହୋଇଥିଲା ପୁଷ୍କରା । ଶଙ୍କର ତ୍ରିପାଠୀଙ୍କ ନାଦବିନ୍ଦୁ ନୋଭେଲରୁ ପ୍ରସ୍ତୁତ ହୋଇଥିଲା ସିନେମା । ତରଙ୍ଗ ସିନେ ପ୍ରଡକ୍ସନ ବ୍ୟାନରର ୨୬ ତମ ସିନେମା ପୁଷ୍କରା ।










