ପୁରୀ: ଆଜି ଅନବସରର ଚତୁର୍ଦ୍ଦଶୀ ତିଥି । ଶ୍ରୀମନ୍ଦିରରେ ହେବ ମହାପ୍ରଭୁଙ୍କ ବନକ ଲାଗି ନୀତି । ଦତ୍ତମହାପାତ୍ର ସେବାୟତ ଶ୍ରୀଜୁଇଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ । ଘଣ୍ଟ , ଛତା , କାହାଳୀ, ମଧ୍ୟରେ ଶ୍ରୀନଅରରୁ ଖଡିପ୍ରସାଦ ବିଜେ କରାଯିବ । ମହାପ୍ରଭୁଙ୍କୁ ଲାଗି ହୋଇଥିବା ଖଡିପ୍ରସାଦ ଦଇତାପତି ଓ ଦତ୍ତମହାପାତ୍ର ସେବକମାନେ ରୁପା ଥାଳରେ ଆଣି ଗଜପତି ମହାରାଜଙ୍କୁ ଅର୍ପଣ କରିବେ । ଏହାପରେ ହିଙ୍ଗୁଳା , ହରିତାଳ, କେଶର, କସ୍ତୁରୀ ଭଳି ପାରମ୍ପରିକ ରଙ୍ଗ ବ୍ୟବହାର କରି ଦତ୍ତମହାପାତ୍ର ସେବାୟତମାନେ ବନକଲାଗି କରିବେ । ଏହାପରେ ପ୍ରଭୁ ନବଯୌବନ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ । ସେପଟେ ୩ ଦିନ ପରେ ରଥଯାତ୍ରା ଥିବା ବେଳେ ରଥ ନିର୍ମାଣ କାଯ୍ୟ ମଧ୍ୟ ଶେଷ ପଯ୍ୟାୟରେ ପହଞ୍ଚିଛି ।










