19.1 C
Bhubaneswar
Sunday, December 21, 2025
Homeଓଡିଶାପ୍ରତାପଙ୍କ ଘରେ ପୁରୀ ନେତାଙ୍କ ବୈଠକ

ପ୍ରତାପଙ୍କ ଘରେ ପୁରୀ ନେତାଙ୍କ ବୈଠକ

ପୁରୀ: ବିଜେଡି ନେତା ପ୍ରତାପ ଦେବଙ୍କ ଘରେ ପୁରୀ ନେତାଙ୍କ ବୈଠକ । ସାଂସଦ ଶୁଭାଶିଷ ଖୁଣ୍ଟିଆ, ଜିଲ୍ଲା ସଭାପତି ଉମା ସମାନ୍ତରାୟ, ପୂର୍ବତନ ବିଧାୟକ ରୁଦ୍ର ମହାରଥୀ ସମେତ ବ୍ଲକ ସ୍ତରର ନେତା ଉପସ୍ଥିତ ଥିଲେ । ତୃଣମୂଳ ସ୍ତରର ସଂଗଠନ ତଥା ବ୍ଲକ ସଭାପତି ଚୟନ ନେଇ ହେଲା ଆଲୋଚନା । ପୁରୀ ଜିଲ୍ଲାର ଦଳୀୟ ନେତୃତ୍ବଙ୍କ ମଧ୍ୟରେ ଭିତିରି ବିବାଦ ବିଷୟରେ ଆଲୋଚନା ହୋଇଥିବା ସୂଚନା ରହିଛି । ବୈଠକରେ ବରିଷ୍ଠ ନେତା ସଞ୍ଜୟ ଦାସବର୍ମା ଓ ପୁରୀ ବିଧାୟକ ସୁନୀଲ ମହାନ୍ତି ଯୋଗ ନଦେବାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି । ବିଜେଡି ଦଳରେ କୌଣସି ଆଭ୍ୟନ୍ତୀଣ ନଥିବା ସଫେଇ ଦେବା ସହିତ ନବୀନ ଆମର ଏକମାତ୍ର ନେତା ଏବଂ ତାଙ୍କ ନେତୃତ୍ବରେ ସମସ୍ତେ ଏକ ହୋଇ କାମ କରୁଥିବା କହିଛନ୍ତି ରାଜ୍ୟସଭା ସାଂସଦ ଶୁଭାଶିଷ ଖୁଣ୍ଟିଆ। ଦଳରେ ନେତାଙ୍କ ଅସନ୍ତୋଷକୁ ମଧ୍ୟ ଆଡ଼େଇ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking