24.1 C
Bhubaneswar
Tuesday, February 10, 2026
Homeଓଡିଶାପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ

ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ

ବିକାଶ ମୂଳକ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ ନିର୍ଦେଶ

ପୁରୀ,- ପୁରୀ ଜିଲ୍ଲା ଅନ୍ତର୍ଗତ ଐତିହ୍ୟ ପ୍ରକଳ୍ପର ସମୀକ୍ଷା ବୈଠକ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଯୁଗ୍ମ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି I ବୈଠକରେ ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି, ବାକିଥିବା କାର୍ଯ୍ୟ ଏବଂ ପ୍ରକଳ୍ପ ନବୀକରଣ ପାଇଁ ନୂଆ ଡିପିଆର ପ୍ରସ୍ତୁତି ଉପରେ ବିସ୍ତୃତ ଆଲୋଚନା ହୋଇଥିଲା I ଏଥିରେ ଶ୍ରୀମନ୍ଦିର ଆଦର୍ଶ ଗୁରୁକୁଳମ ବିଦ୍ୟାଳୟ ନିର୍ମାଣ, ହରଚଣ୍ଡୀ ସାହି ସ୍ଥିତ ସେବାୟତ ମାନଙ୍କ ଆବାସିକ ପ୍ରକଳ୍ପ, ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟ କୋଠା ଓ ରଘୁନନ୍ଦନ ପାଠାଗାର ନିର୍ମାଣ, ଶ୍ରୀଗୁଣ୍ଡିଚା ମନ୍ଦିରର ରୋଷଘର ଓ ପାରିପାର୍ଶ୍ଵିକ ବିକାଶ, ପ୍ରମୋଦ ଉଦ୍ୟାନର ବିକାଶ, କୋଣାର୍କ ଐତିହ୍ୟ ଅଞ୍ଚଳ ବିକାଶ ପ୍ରକଳ୍ପ, ମୂଷା ନଦୀର ପୁନଃରୁଦ୍ଧାର, ପୁରୀ ହ୍ରଦର ରକ୍ଷଣାବ୍ୟକ୍ଷଣ ଓ ସୌନ୍ଦର୍ଯ୍ୟକରଣ, ଦିଗବାରେଣୀର ବହୁମୁଖୀ ଯାନ ରହଣି ସ୍ଥଳ, ଆଚାର୍ଯ୍ୟ ହରିହର ଛକରୁ ଜାତୀୟ ରାଜପଥ ୩୧୬ ପର୍ଯ୍ୟନ୍ତ ରାସ୍ତାର ବିକାଶ, ସିପସରୁବାଲି ଗାଡି ପାର୍କିଂ, ସମୁଦ୍ର କୂଳରେ ଜୈବ ଶୌଚାଳୟ ନିର୍ମାଣ, ଓଡ଼ିଆ ବିଶ୍ୱବିଦ୍ୟାଳୟ ଦ୍ୱିତୀୟ ପର୍ଯ୍ୟାୟ ବିକାଶ ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା I

ଏଥି ସହିତ ପିପିଲି ଠାରେ ଚାନ୍ଦୁଆ ହବ ପାଇଁ ଜମି ଚିହ୍ନଟ, ଶ୍ରୀ ମନ୍ଦିରର ୭୫ ମିଟର ମଧ୍ୟରେ ମଠ ଓ ମନ୍ଦିର ମରାମତି ଏବଂ ନବୀକରଣ, ଅଠରନଳା ଐତିହ୍ୟ ପ୍ରକଳ୍ପ, ଶ୍ରୀ ଅଲାରନାଥ ପୀଠର ସମନ୍ୱିତ ବିକାଶ, କାକଟପୁର ମା ମଙ୍ଗଳା ପୀଠର ବିକାଶ, ବକୁଳବନର ସୌନ୍ଦର୍ଯ୍ୟକରଣ ଓ ଶ୍ରୀସେତୁ ଠାରେ ପିଣ୍ଡି ନିର୍ଧାରଣ ସମ୍ପର୍କରେ ଆଲୋଚନା ହୋଇଥିଲା I ବୈଠକରେ ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ବିଭାଗୀୟ ଶାସନ ସଚିବ, ଜିଲ୍ଲା ପ୍ରଶାସନ ଓ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦେଶ ଦେଇଥିଲେ I ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଶ୍ରୀଜଗନ୍ନାଥ ବଲ୍ଲଭ ପାର୍କିଂ ସ୍ଥଳ, ଉତ୍ତର ପାର୍ଶ୍ଵ ମଠ ଏବଂ ପ୍ରମୋଦ ଉଦ୍ୟାନ ସ୍ଥଳ ପରିଦର୍ଶନ କରି ଏହାର ବିକାଶ ନେଇ ଆଲୋଚନା କରିଥିଲେ I

ଆଜିର ବୈଠକରେ ପୁରୀ ବିଧାୟକ ଶ୍ରୀ ସୁନୀଲ ମହାନ୍ତି, ସତ୍ୟବାଦୀ ବିଧାୟକ ଶ୍ରୀ ଓମଂ ପ୍ରକାଶ ମିଶ୍ର, ପିପିଲି ବିଧାୟକ ଶ୍ରୀ ଆଶ୍ରିତ କୁମାର ପଟ୍ଟନାୟକ, ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ, ପୂର୍ତ୍ତ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ଭି ଭି ଯାଦବ, ଆଇନ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ମାନସ ରଞ୍ଜନ ବାରିକ, ଦେବୋତ୍ତର କମିଶନର ଶ୍ରୀ ଲଲାଟେନ୍ଦୁ ଜେନା, ପୁରୀ ଜିଲ୍ଲାପାଳ ଶ୍ରୀ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଜିଲ୍ଲା ଆରକ୍ଷୀ ଅଧିକାରୀ ଶ୍ରୀ ବିନୀତ ଅଗ୍ରୱାଲ, ଇଆଇସି ସିଭିଲ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର, ଓବିସିସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ସମୀର ହୋତାଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ମାନେ ଉପସ୍ଥିତ ଥିଲେ I

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking