19.1 C
Bhubaneswar
Tuesday, February 10, 2026
Homeଓଡିଶାପୁଞ୍ଜିଲାଲ ସେ ମଣିଷ ନା ସୈତାନ ନା ରାକ୍ଷାସ ସୌମ୍ୟ ଶେଖରଙ୍କ ମାଆ-ବାପା

ପୁଞ୍ଜିଲାଲ ସେ ମଣିଷ ନା ସୈତାନ ନା ରାକ୍ଷାସ ସୌମ୍ୟ ଶେଖରଙ୍କ ମାଆ-ବାପା

ବଲାଙ୍ଗୀର: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ମାମଲା ନେଇ ମୃତ  ସୌମ୍ୟଙ୍କ ବାପାମା’ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ପୁଞ୍ଜିଲାଲଙ୍କୁ ଫାଶୀ ହେବା ନେଇ ଆଶା ରଖିଥିଲୁ । ହେଲେ କୋର୍ଟଙ୍କ ରାୟରେ ଆମେ କିଛିଟା ସନ୍ତୁଷ୍ଟ । ପୁଅର ଆତ୍ମା କିଛିଟା ଶାନ୍ତି ପାଇବ । ପୁଞ୍ଜିଲାଲ ସେ ମଣିଷ ନା ସୈତାନ ନା ରାକ୍ଷାସ । ତାକୁ ମଣିଷ ବୋଲି କୁହାଯିବନି । ସେ ଯଦି ଉପରକୋର୍ଟ ଯିବ ଆମେ ବି ଯିବୁ । ଦୀର୍ଘ  ବର୍ଷ ହେଲା କୋର୍ଟ ଆସିଥିଲୁ । ସୂଚନା ଥାଉକି,ପାଟଣାଗଡ଼ ଏଡିଜେ କୋର୍ଟ ଞ୍ଜିଲାଲଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଏହାଛଡ଼ା ୫୦ ହଜାର ଟଙ୍କା ଜୋରିମାନା କରିଛନ୍ତି । ୧୮ ଫେବ୍ରୁଆରୀ ୨୦୧୮। ପାଟଣାଗଡରେ ସୌମ୍ୟଶେଖର ଓ ରିମାଙ୍କ ବିବାହ ହୋଇଥିଲା। ୨୩ ତାରିଖରେ ରିସେପସନରେ ମିଳିଥିବା ଗିଫ୍ଟ ଖୋଲିବା ବେଳେ ବିସ୍ଫୋରଣ ଘଟିଥିଲା। ଘଟଣାର ତଦନ୍ତ କରି କ୍ରାଇମବ୍ରାଂଚ୍ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ଗିରଫ କରିଥିଲା। ଭଇଁଷା କଲେଜ୍ ଅଧ୍ୟକ୍ଷା ତଥା ସୌମ୍ୟଶେଖରଙ୍କ ମା ସଂଯୁକ୍ତା ସାହୁଙ୍କ ସହ ବୃତ୍ତିଗତ ଶତ୍ରୁତାକୁ କେନ୍ଦ୍ରକରି ଅଧ୍ୟାପକ ପୁଞ୍ଜିଲାଲ ରଚିଥିଲେ ପୁରା ପ୍ଲାନ୍। ବୋମା ନିଜେ ତିଆରି କରି ଏହାକୁ କୋରିୟର୍ ସଂସ୍ଥା ଜରିଆରେ ସଂଯୁକ୍ତାଙ୍କ ଘରକୁ ପଠାଇଥିଲା। ଆଉ ପାର୍ସଲ ଖୋଲିବା ପରେ ହୋଇଥିବା ବିସ୍ଫୋରଣରେ ପୁଅ ସୌମ୍ୟ ଓ ଶାଶୁଙ୍କ ଯାଇଥିଲା ଜୀବନ। ଶୁଣାଣି ର୍ପୂବରୁ ପାଟଣାଗଡ଼ କୋର୍ଟର ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଥିଲା।

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking