27.1 C
Bhubaneswar
Sunday, March 29, 2026
Homeଦେଶ ବିଦେଶପୁଣେ ବସ୍ ଷ୍ଟାଣ୍ଡ ମାମଲା :  ୭୫ ଘଣ୍ଟା ପରେ ଅଭିଯୁକ୍ତ ଗିରଫ

ପୁଣେ ବସ୍ ଷ୍ଟାଣ୍ଡ ମାମଲା :  ୭୫ ଘଣ୍ଟା ପରେ ଅଭିଯୁକ୍ତ ଗିରଫ

ନୂଆଦିଲ୍ଲୀ : ପୁନେର ସ୍ୱାରଗେଟ ବଳାତ୍କାର ମାମଲାର ଅଭିଯୁକ୍ତ ଦତ୍ତାତ୍ରେୟ ଗାଡେଙ୍କୁ ମହାରାଷ୍ଟ୍ର ପୋଲିସ ଗିରଫ କରିଛି । ଅଭିଯୁକ୍ତକୁ ପୁଣେର ଶିରୁର ତାଲୁକାରୁ ଗିରଫ କରାଯାଇଛି। ଅଭିଯୁକ୍ତଙ୍କ ବିଷୟରେ ଖବର ଦେଲେ ୧ ଲକ୍ଷ ଟଙ୍କା ପୁରସ୍କାର ଦିଆଯିବ ବୋଲି ପୋଲିସ ଘୋଷଣା କରିଥିଲା। ମହାରାଷ୍ଟ୍ର ପୋଲିସ ରାତି ୧.୩୦ ରେ ଅଭିଯୁକ୍ତଙ୍କୁ ଗିରଫ କରିଥିଲା। ଏବେ ତାଙ୍କୁ ୨୮ ଫେବୃଆରୀରେ ପୁଣେ କୋର୍ଟରେ ହାଜର କରାଯିବ। ମହାରାଷ୍ଟ୍ର ରାଜ୍ୟ ସଡ଼କ ପରିବହନ ନିଗମର ସ୍ୱରଗେଟ୍ ଡିପୋରେ ଜଣେ ମହିଳାଙ୍କ ପ୍ରତି ଅସଦାଚରଣ ହୋଇଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଛି ।  ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ୧୩ଟି ପୋଲିସ ଦଳ ଗଠନ କରିଥିଲା। ପୋଲିସ ଶିରୁର ତାଲୁକାର ତାଙ୍କ ଗାଁରେ ମଧ୍ୟ ଏକ ସର୍ଚ୍ଚ ଅପରେସନ୍ କରିଥିଲା। ଶେଷରେ, ଅଭିଯୁକ୍ତ ଜଣକ ବିଳମ୍ବିତ ରାତିରେ ଜଣଙ୍କ ଘରକୁ ରାତ୍ରୀଭୋଜନ ପାଇଁ ଯାଇଥିବା ବେଳେ ତାଙ୍କୁ ଗିରଫ କରାଯାଇଥିଲା। ଅଭିଯୁକ୍ତ ଯେଉଁ ଘରକୁ ରାତ୍ରୀଭୋଜନ ପାଇଁ ଯାଇଥିଲା, ସେ ତାଙ୍କ ବିଷୟରେ ପୋଲିସକୁ ସୂଚନା ଦେଇଥିଲା ।
ପୂରା ଘଟଣା କ’ଣ ଥିଲା ?
ପୀଡିତାଙ୍କ କହିବା ଅନୁସାରେ ସେ ଫେବୃଆରୀ ୨୫ ସକାଳ ୫.୪୫ରେ ସତାରା ଜିଲ୍ଲାର ଫଲଟନ ପାଇଁ ଏକ ଷ୍ଟାଣ୍ଡରେ ବସ୍ ପାଇଁ ଅପେକ୍ଷା କରିଥିଲେ । ତା’ପରେ ଅଭିଯୁକ୍ତ ଯୁବତୀକୁ ଦିଦି ବୋଲି ଡାକୁଥିଲା । ଅଭିଯୁକ୍ତ ତାଙ୍କୁ କହିଲା ଯେ ସତାରା ପାଇଁ ବସ୍ ଅନ୍ୟ ଏକ ଷ୍ଟାଣ୍ଡରେ ପହଞ୍ଚିଛି । ପୋଲିସକୁ ଦେଇଥିବା ବୟାନରେ ପୀଡିତା କହିଛନ୍ତି ଯେ ସେ ସେମାନଙ୍କୁ ବସ୍ ଷ୍ଟାଣ୍ଡର ଅନ୍ୟ ଏକ ସ୍ଥାନରେ ପାର୍କ ହୋଇଥିବା କହି ଅନ୍ୟ ବସ୍ ପାଖକୁ ନେଇ ଯାଇଥିଲେ । ବସ୍ ଭିତରେ ଲାଇଟ୍ ବନ୍ଦ ଥିବାରୁ ପୀଡିତା ବସ୍ ଚଢ଼ିବାକୁ ସଂକୋଚ କରିଥିଲେ । କିନ୍ତୁ ଅଭିଯୁକ୍ତ ତାଙ୍କୁ ବୁଝାଇ ଦେଲେ ଯେ ଏହା ଠିକ୍ ଗାଡ଼ି କହି ତାଙ୍କୁ ବଳାତ୍କାର କରିଥିଲେ । ଅଭିଯୁକ୍ତଙ୍କ ବିରୁଦ୍ଧରେ ପୂର୍ବରୁ ଅପରାଧିକ ମାମଲା ରହିଛି। ଚୋରି, ଡକାୟତି ଏବଂ ଚେନ ଛିନତାଇ ପାଇଁ ପାଞ୍ଚଟି ମାମଲା ରୁଜୁ ହୋଇଛି। ସେ ୨୦୧୯ ମସିହାରୁ ଏକ ଅପରାଧିକ ମାମଲାରେ ଜାମିନରେ ଥିଲେ । ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏହି ଘଟଣାରେ ଚିନ୍ତା ପ୍ରକାଶ କରିଛନ୍ତି। ଏବଂ ଏହା କୁହାଯାଇଛି ଯେ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦିଆଯିବା ଉଚିତ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking