19.1 C
Bhubaneswar
Thursday, December 26, 2024
Homeଓଡିଶାପ୍ରକାଶ ପାଇଲା ୟୁଜିସି ନେଟ୍‌

ପ୍ରକାଶ ପାଇଲା ୟୁଜିସି ନେଟ୍‌

ଭୁବନେଶ୍ୱର: ନ୍ୟାସନାଲ୍ ଟେଷ୍ଟିଙ୍ଗ ଏଜେନ୍ସି(ଏନଟିଏ) ପକ୍ଷରୁ ଗୁରୁବାର ୟୁଜିସି ନେଟ୍ ୨୦୨୪ ରେଜଲ୍ଟ ପ୍ରକାଶ ପାଇଛି। ଚଳିତ ବର୍ଷ ଜେଏଆର୍‌ଏଫ୍‌, ଆସିଷ୍ଟାଣ୍ଟ ପ୍ରେଫସର ଏବଂ ପିଏଚଡି ପାଇଁ ମୋଟ୍ ୧୧ଲକ୍ଷ ୨୧ହଜାର ୨୨୫ଜଣ ପରୀକ୍ଷାର୍ଥୀ ନାମ ପଞ୍ଜୀକରଣ କରିଥିଲେ। ସେମାନଙ୍କ ମଧ୍ୟରୁ ଛାତ୍ରଙ୍କ ସଂଖ୍ୟା ୪ଲକ୍ଷ ୮୫ହଜାର ୫୭୮ଜଣ ରହିଥିବା ବେଳେ ଛାତ୍ରୀଙ୍କ ସଂଖ୍ୟା ୬ଲକ୍ଷ ୩୫ହଜାର ୫୫୮୮ଜଣ ଏବଂ ତୃତୀୟଲିଙ୍ଗୀ ପ୍ରାର୍ଥୀଙ୍କ ସଂଖ୍ୟା ୫୯ଜଣ ରହିଥିଲେ।

ମାତ୍ର ସେମାନଙ୍କ ମଧ୍ୟରୁ ୬ଲକ୍ଷ ୮୪ହଜାର ୨୨୪ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ତେବେ ଏହି ପରୀକ୍ଷାରେ ଜେଏଆର୍‌ଏଫ୍ ପାଇଁ ୪ହଜାର ୯୭୦ଜଣ ମନୋନୀତ ହୋଇଥିବା ବେଳେ ଆସିଷ୍ଟାଣ୍ଟ ପ୍ରେଫସର ପାଇଁ ୫୩ହଜାର ୬୯୪ଜଣ ଚୟନ ହୋଇଛନ୍ତି। ସେହିପରି ପିଏଚଡି ପାଇଁ ୧ଲକ୍ଷ ୧୨ହଜାର ୭୦ଜଣ ଯୋଗ୍ୟ ବିବେଚିତ ହୋଇଛନ୍ତି। ରେଜଲ୍ଟ ସହ ବିଷୟଭିତ୍ତିକ କଟ୍‌ଅଫ୍ ମାର୍କ ମଧ୍ୟ ପ୍ରକାଶ ପାଇଛି। ଉଲ୍ଲେଖଯୋଗ୍ୟ, ଅଗଷ୍ଟ ୨୧ରୁ ସେପ୍େଟମ୍ବର ୫ ମଧ୍ୟରେ ପରୀକ୍ଷା ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking