22.1 C
Bhubaneswar
Thursday, February 12, 2026
Homeଓଡିଶାଅଧିକାରୀଙ୍କ କାମର ମାର୍କ ଦେବେ ଜନତା: ରାଜସ୍ୱ ମନ୍ତ୍ରୀ

ଅଧିକାରୀଙ୍କ କାମର ମାର୍କ ଦେବେ ଜନତା: ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର: ରାଜସ୍ୱ ବିଭାଗ ଅଧିକାରୀଙ୍କ କାର୍ଯ୍ୟ ଦକ୍ଷତାର ପ୍ରମାଣପତ୍ର ଦେବେ ସାଧାରଣ ଜନତା। ଝାରସୁଗୁଡ଼ାରେ ଆଜି ଏଭଳି ବଡ଼ ବୟାନ ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଝାରୀ। ଝାରସୁଗୁ଼ଡ଼ାରେ ଜନଶୁଣାଣୀ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ରାଜସ୍ୱମନ୍ତ୍ରୀ କହିଛନ୍ତି, ରାଜସ୍ୱ ବିଭାଗର ସବୁ ତହସିଲ ଅଫିସ, ସବ ରେଜିଷ୍ଟ୍ରର ଅଫିସ ଓ ରାଜସ୍ୱ ସେବା ଦିଆଯାଉଥିବା ସମସ୍ତ ଅଫିସରେ ରେଜିଷ୍ଟର ରହିବ, ଲୋକେ ମାର୍କ ଦେବେ ।

ମନ୍ତ୍ରୀ ଆହୁରି କହିଛନ୍ତି, ଅଫିସକୁ ଆସୁଥିବା ଲୋକେ ଅଧିକାରୀଙ୍କୁ ମୋଟ୍ ୧୦ରୁ କେତେ ମାର୍କ ଦେବେ ନିଷ୍ପତ୍ତି ନେବେ। ରାଜସ୍ୱ ଅଧିକାରୀଙ୍କ କାର୍ଯ୍ୟର ମୂଲ୍ୟାଙ୍କନ ଜନତା କରିବେ। ଉଭୟ ଅଫଲାଇନ୍ ଓ ଅନ୍ ଲାଇନରେ ଲୋକେ ଏହି ମାର୍କ ଦେବେ। ଯେଉଁ ଅଧିକାରୀ ବାରମ୍ବାର ୧୦ରୁ କମ୍ ମାର୍କ ପାଇବେ, ତାଙ୍କ ସଂପର୍କରେ ବିଭାଗ ଚିନ୍ତା କରିବ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking