27.1 C
Bhubaneswar
Monday, December 8, 2025
Homeଓଡିଶାଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାପ କାମୁଡା ପାଇଁ ସତର୍କ ସୂଚନା ଜାରି

ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସାପ କାମୁଡା ପାଇଁ ସତର୍କ ସୂଚନା ଜାରି

ଭୁବନେଶ୍ୱର: ବନ୍ୟା ଅଞ୍ଚଳରେ ସାପ କାମୁଡା ପାଇଁ ସତର୍କ ସୂଚନା ଜାରି । ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ ଜିଲ୍ଲାର ସିଡିଏମଓଙ୍କ ସହିତ ଆଲୋଚନା କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ।  ସବୁ  ସିଏଚସି, ପିଏଚସି ଆଣ୍ଟି ସ୍ନେକ ଭେନମ ମହଜୁଦ ରଖିଛନ୍ତି । ସାପ କାମୁଡିଲେ ତୁରନ୍ତ ମେଡିକାଲ ଯିବା ପାଇଁ ସ୍ୱାସ୍ତ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିବା ସୂଚନା ଦେଇଛନ୍‌ତି, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ରାଜ୍ୟରେ ସାପ କାମୁଡା ସଂଖ୍ୟା ଏହା ଜନିତ ମୃତ୍ୟୁ ସଂଖ୍ୟା ବଢିବାରେ  ଲାଗିଛି । ୨୦୨୧ରେ ୨୨୮୦ ସାପ କାମୁଡା ମାମଲା ସାମ୍ନାକୁ ଆସିଥିବା ବେଳେ   ୮୪୪ ଜଣ ସାପ କାମୁଡାରେ ପ୍ରାଣ ହରାଇଥିଲେ ।  ୨୦୨୨ରେ ୪ ହଜାର ୮ଶହ ୫୫ କେସ ଆସିଥିବା ବେଳେ ହଜାରେ ୧ ଜଣଙ୍କ ମୃତ୍ୟୁ ହୋଇଛି । ୨୦୨୩ରେ ୯ ହଜାର ୩୨୫ ମାମଲା  ଆସିଥିବା ବେଳେ  ହଜାରେ ୧୬ ଜଣ ଲୋକ ସାପ କାମୁଡାରେ  ପ୍ରାଣ ହରାଇଥିଲେ । ଗତ ବର୍ଷ ୧୬ ହଜାର ୬୮୨ ସାପ କାମୁଡା ଘଟଣା ସାମ୍ନାକୁ ଆସିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking