21.1 C
Bhubaneswar
Monday, December 8, 2025
Homeଓଡିଶାଗଣଶିକ୍ଷା ବିଭାଗ ସକାରାତ୍ମକ ରହିଛି: ମନ୍ତ୍ରୀ

ଗଣଶିକ୍ଷା ବିଭାଗ ସକାରାତ୍ମକ ରହିଛି: ମନ୍ତ୍ରୀ

ଭୁବନେଶ୍ୱର: ବିଧାନସଭାରେ ଉଠିଲା ଶିକ୍ଷକ ଆନ୍ଦୋଳନ ପ୍ରସଙ୍ଗ , ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ । ଆନ୍ଦୋଳନକୁ ନେଇ ମନ୍ତ୍ରୀ କଡ଼ା ପ୍ରତିକ୍ରିୟା ରଖିଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଛନ୍ତି, ଗତ ୬ ତାରିଖରେ ଶିକ୍ଷକ ସଂଘର ନେତୃତ୍ବଙ୍କ ସହ ଆଲୋଚନା ହୋଇଥିଲା । ବିଭାଗୀୟ ଅଧିକାରୀଙ୍କ ଉପସ୍ଥିତିରେ ସକାରାତ୍ମକ ଆଲୋଚନା ହୋଇଥିଲା । ସେମାନେ ଆନ୍ଦୋଳନରୁ ହଟିବାକୁ କଥା ଦେଇଥିଲେ । ପୁଣି ଅନ୍ୟ କାହା ପ୍ରରୋଚନାରେ ଧାରଣାରେ ବସିଛନ୍ତି। ଗଣଶିକ୍ଷା ବିଭାଗ ସକାରାତ୍ମକ ରହିଛି । ଗୋଟିଏ ଦିନରେ ସମସ୍ୟା ସମାଧାନ ହୋଇପାରିବ ନାହିଁ । ସବୁ ଦିଗକୁ ତର୍ଜମା କରି ପଦକ୍ଷେପ ନିଆଯିବ । ବିଭାଗ ସବୁବେଳେ ପ୍ରସ୍ତୁତ ଅଛି, ଆବଶ୍ୟକ ପଡ଼ିଲେ ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି । ଆନ୍ଦୋଳନ ନକରି ସରକାର୍ ଉପରେ ବିଶ୍ବାସ କରନ୍ତୁ । ଦୀର୍ଘଦିନ ଧରି ଶିକ୍ଷକ ମାନଙ୍କର ସମସ୍ୟା ରହିଛି, ଯାହା ପୂର୍ବ ସରକାର ବୁଝିନଥିଲେ । ଏ ସରକାର୍ ବୁଝିବାକୁ ପ୍ରସ୍ତୁତ ଅଛନ୍ତି , ଆଉ ଠିକା ନିଯୁକ୍ତି ଦିଆଯିବ ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking