21.1 C
Bhubaneswar
Tuesday, February 3, 2026
Homeଦେଶ ବିଦେଶମହାକାଶ ଗଲା ‘ଅନ୍ୱେଷା’

ମହାକାଶ ଗଲା ‘ଅନ୍ୱେଷା’

ନୂଆଦିଲ୍ଲୀ: ମହାକାଶ ଗଲା ‘ଅନ୍ୱେଷା’। ବର୍ଷର ପ୍ରଥମ ଉପଗ୍ରହ ଉତକ୍ଷେପଣ ସହ ନୂଆ ଇତିହାସ ରଚିଛି ଇସ୍ରୋ। ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାରୁ ଉତ୍‌କ୍ଷେପଣ ହେଲା ‘ଅନ୍ୱେଷା’ ଉପଗ୍ରହ। ଡିଆରଡିଓ ଦ୍ୱାରା ବିକଶିତ ଇଓଏସ-ଏନ୧ (ଅନ୍ୱେଷା)ର ଉତେକ୍ଷପଣ। ପିଏସଏଲଭି – ସି ୬୨ ରକେଟ୍ ଜରିଆରେ ମହାକାଶକୁ ଗଲା ‘ଅନ୍ୱେଷା’। ଦିନ ୧୦ଟା ୧୮ ମିନିଟ୍‌ରେ ଇସ୍ରୋ ପକ୍ଷରୁ ଉତକ୍ଷେପଣ କରାଯାଇଛି। ଏହା ଇସ୍ରୋର ୬୨ତମ ପିଏସଏଲଭି ମିଶନ। ଏହି ମିଶନ ମାଧ୍ୟମରେ, ଇସ୍ରୋ ମୋଟ ୧୬ଟି ଉପଗ୍ରହ ଉତକ୍ଷେପଣ କରିଛି, ଯେଉଁଥିରେ ମହାକାଶରେ ଏକ ପେଟ୍ରୋଲ ପମ୍ପ, ଏକ ଏଆଇ ଲ୍ୟାବ ଏବଂ ଏକ ସାଇବର କାଫେ ଭଳି ଅନନ୍ୟ ପରୀକ୍ଷଣ ଅନ୍ତର୍ଭୁକ୍ତ। ‘ଅନ୍ୱେଷା’ ଏକ ନିରୀକ୍ଷଣ ଉପଗ୍ରହ। ଯାହା ‘ଦିବ୍ୟ ଦୃଷ୍ଟି’ କିମ୍ବା ହାଇପରସ୍ପେକ୍ଟ୍ରାଲ୍ ଇମେଜିଂ ସାଟେଲାଇଟ୍ ଭାବରେ ଜଣାଶୁଣା।

ଏହି ସାଟେଲାଇଟ୍ କେବଳ ପରିବେଶଗତ ତଦାରଖରେ ବିପ୍ଳବ ଆଣିବ ନାହିଁ ବରଂ ଭାରତର ପ୍ରତିରକ୍ଷା କ୍ଷମତାକୁ ମଧ୍ୟ ସୁଦୃଢ଼ କରିବ। ଏହା ପାକିସ୍ତାନୀ ଆତଙ୍କବାଦୀଙ୍କ ଲୁଚିବା ଏବଂ ସୀମାରେ ଚୀନର ଚାଲକୁ ଧରିବ। କୃଷି, ଅର୍ବାନ ମ୍ୟାପିଂ, ପରିବେଶ ସୁରକ୍ଷାରେ ବି ସହାୟକ ହେବ। ଦିବ୍ୟ ଦୃଷ୍ଟି’ ସାଟେଲାଇଟ୍ ସହ ଅନ୍ୟାନ୍ୟ ଦେଶରୁ ୧୬ଟି ଛୋଟ ସାଟେଲାଇଟ୍ ବି ମହାକାଶକୁ ଯାଇଛି। ଆଜି ମହାକାଶକୁ ଯାଇଛି ଓଡ଼ିଶା ନିର୍ମିତ ସାଟେଲାଇଟ୍। ଓଡ଼ିଶା ନିର୍ମିତ ପ୍ରଥମ ଉପଗ୍ରହ ସିଜିୟୁଏସଏଟି-୧କୁ ଲଞ୍ଚ କରାଯାଇଛି। ଯାହାକୁ ନିର୍ମାଣ କରିଛନ୍ତି ଭୁବନେଶ୍ବରସ୍ଥିତ ସିଭି ରମଣ ଗ୍ଲୋବାଲ୍ ୟୁନିଭର୍ସିଟିର ଏକ ୩୧ ଜଣିଆ ଟିମ୍। ଆନ୍ଧ୍ର ଶ୍ରୀହରିକୋଟାରୁ ପିଏସଏଲଭି – ସି ୬୨ ରକେଟ୍ ଯୋଗେ ଅନ୍ତରୀକ୍ଷକୁ ଛଡ଼ା ଯାଇଛି ଏ ଘରୋଇ ଉପଗ୍ରହ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking