27.1 C
Bhubaneswar
Monday, March 30, 2026
Homeଓଡିଶାପୂର୍ଣ୍ଣାଙ୍ଗ ବଜେଟ୍‍ରେ ପଞ୍ଚାୟତିରାଜ ପ୍ରତିନିଧିଙ୍କ ବର୍ଦ୍ଧିତ ପାଉଣା ବ୍ୟବସ୍ଥା

ପୂର୍ଣ୍ଣାଙ୍ଗ ବଜେଟ୍‍ରେ ପଞ୍ଚାୟତିରାଜ ପ୍ରତିନିଧିଙ୍କ ବର୍ଦ୍ଧିତ ପାଉଣା ବ୍ୟବସ୍ଥା

ଭୁବନେଶ୍ୱର : ୨୦୨୪-୨୫ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍‍ରେ ତ୍ରିସ୍ତରୀୟ ପଞ୍ଚାୟତ ପ୍ରତିନିଧିଙ୍କ ବର୍ଦ୍ଧିତ ପାଉଣା ପାଇଁ ଅର୍ଥ ବରାଦ ହୋଇଛି । ଏଥିରେ ଗ୍ରାମ ପଞ୍ଚାୟତ ପାଇଁ ୧୭୯ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବି ନାରାୟଣ ନାଏକ । ମନ୍ତ୍ରୀ କହିଛନ୍ତି ଯେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାରେ ଥିବା ଲୋକ ପ୍ରତିନିଧିମାନଙ୍କ ମାସିକ ପାଉଣା ବୃଦ୍ଧି ୨୦୦୪ ମସିହା ମାର୍ଚ୍ଚ ମାସରେ ହୋଇଥିଲା । ବର୍ଦ୍ଧିତ ହାରରେ ମାସିକ ପାଉଣା ଦେବାପାଇଁ ୨୦୨୪-୨୫ ବର୍ଷର କାମଚଳା ବଜେଟ୍‍ରେ କୌଣସି ବ୍ୟବସ୍ଥା ନଥିଲା । ଏଥିପାଇଁ ୨୦୨୪-୨୫ ପୂର୍ଣ୍ଣାଙ୍ଗ ବଜେଟ୍‍ରେ ଗ୍ରାମ ପଞ୍ଚାୟତ ନିମନ୍ତେ ୧୭୯ କୋଟି, ପଞ୍ଚାୟତ ସମିତି ପାଇଁ ୭୬ କୋଟି ଏବଂ ଜିଲ୍ଲା ପରିଷଦ ନିମନ୍ତେ ୧୩ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି ।

ସୂଚନାଯୋଗ୍ୟ, ରାଜ୍ୟ ସରକାର ସରପଞ୍ଚମାନଙ୍କ ମାସିକ ଭତ୍ତା ୨୩୫୦ ଟଙ୍କାରୁ ୧୦,୦୦୦ ଟଙ୍କାକୁ ବୃଦ୍ଧି କରିଥିବାବେଳେ ନାଏବ ସରପଞ୍ଚଙ୍କ ପାଉଣା ୯୪୦ ଟଙ୍କାରୁ ୪୦୦୦ ଟଙ୍କାକୁ ବଢାଇଛନ୍ତି । ସେହଭଳି ପଞ୍ଚାୟତ ସମିତି ସଦସ୍ୟ ଓ ଉପାଧ୍ୟକ୍ଷଙ୍କ ପାଉଣା ୨୩୫୦ରୁ ୭୫୦୦ କୁ ବଢିଥିବାବେଳେ ଅଧ୍ୟକ୍ଷଙ୍କ ପାଉଣା ୩୫୩୦ ଟଙ୍କାରୁ ୧୫,୦୦୦ ଟଙ୍କାକୁ ବଢିଛି । ଜିଲ୍ଲା ସଦସ୍ୟଙ୍କ ପାଉଣା ୩୫୩୦ ରୁ ୧୦,୦୦୦, ଉପାଧ୍ୟକ୍ଷଙ୍କ ପାଉଣା ୭୦୪୦ ଟଙ୍କାରୁ ୧୫,୦୦୦ ଟଙ୍କା ଓ ଅଧ୍ୟକ୍ଷଙ୍କ ପାଉଣା ୯୩୮୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking