20.1 C
Bhubaneswar
Wednesday, December 31, 2025
Homeଓଡିଶାସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ IT-ITeS ଓ E &...

ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ପ୍ରଶିକ୍ଷଣ IT-ITeS ଓ E & H ଟ୍ରେଡ୍ ର ବ୍ୟବହାରିକ ଦକ୍ଷତା ତାଲିମ୍ ପ୍ରଦାନ

ଭୁବନେଶ୍ବର: ସରକାରୀ ଧନ୍ଦାମୂଳକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀ ଏବଂ IT-ITeS ଏବଂ ଇଲେକ୍ଟ୍ରୋନିକ୍ସ ଏବଂ ହାର୍ଡୱେୟାର (E & H) ଟ୍ରେଡ୍ ର ଅଧ୍ୟାପକମାନଙ୍କ ପାଇଁ ପାଞ୍ଚ ଦିନିଆ ଦକ୍ଷତା ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ CTTC ଏବଂ ବିଶ୍ୱ ଦକ୍ଷତା କେନ୍ଦ୍ର (WSC) ଠାରେ ଆୟୋଜିତ ହୋଇଯାଇଛି । ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧିନରେ ଥିବା ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏହି ପ୍ରଶିକ୍ଷଣର ଆୟୋଜନ କରିଛି । ଛାତ୍ରଛାତ୍ରୀମାନଙ୍କ ବ୍ୟବହାରିକ ଦକ୍ଷତା ବୃଦ୍ଧି କରିବା ନିମନ୍ତେ ଡିସେମ୍ବର ୧ ରୁ ୫ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ ଚାଲିବ ।

ସିଟିଟିସିରେ ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଯୁଗ୍ମ ନିର୍ଦ୍ଦେଶକ ଶ୍ରୀମତୀ ବିନିତା ସେନାପତି, ଉପନିର୍ଦ୍ଦେଶକ ଶ୍ରୀ ଜିତେନ୍ଦ୍ର ନାୟକ, ସିଟିଟିସି ଜେନେରାଲ୍ ମ୍ୟାନେଜର୍ ଏଲ୍. ରାଜଶେଖର, ସିନିୟର ମ୍ୟାନେଜର୍ (ଟ୍ରେନିଂ) କେ.ଏମ୍ ରାଜନ୍ ପ୍ରମୁଖ ଉପସ୍ଥିତ ଥିବା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରଠାରେ ଡକ୍ଟର ଉମାକାନ୍ତ ସେଠୀ, OIC SAMS, DHSE, ବିଶ୍ବ ଦକ୍ଷତା କେନ୍ଦ୍ରର ପ୍ରିନ୍ସିପାଲ୍ ଶ୍ରୀ ଟି. ଥମ୍ବୀ ରାଜା ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ଏବଂ ସିଟିଟିସିର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ଏହି ଅବସରରେ ଶ୍ରୀମତୀ ନିୟତୀ ପଟ୍ଟନାୟକ, ଧନ୍ଦାମୂଳକ ଶିକ୍ଷାକୁ ସୁଦୃଢ଼ କରିବା ପାଇଁ ଓଡ଼ିଶା ସରକାରଙ୍କ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ପ୍ରଯୁକ୍ତିବିଦ୍ୟା ଯୁଗରେ IT-ITeS ଏବଂ E & H ଟ୍ରେଡ୍ ର ବିପୁଳ ସୁଯୋଗ ଥିବା ପ୍ରକାଶ କରିଥିଲେ । ସେ କହିଛନ୍ତି ଯେ ଏହିପରି ବ୍ୟବହାରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଛାତ୍ରଛାତ୍ରୀମାନଙ୍କର ଆତ୍ମବିଶ୍ୱାସ ବୃଦ୍ଧି କରିବ । ଶ୍ରୀମତୀ ବିନିତା ସେନାପତି, ବର୍ତ୍ତମାନ ଓଡ଼ିଶାରେ ଧନ୍ଦାମୂଳକ ଶିକ୍ଷାର ଅଗ୍ରଗତି ସମ୍ପର୍କରେ ଆଲୋକପାତ କରିଥିଲେ ।
ଏହିଭଳି ପ୍ରଶିକ୍ଷଣ ଛାତ୍ରଛାତ୍ରୀମାନଙ୍କୁ ବୈଷୟିକ ଜ୍ଞାନ ଏବଂ ନିଯୁକ୍ତିଯୋଗ୍ୟ ଦକ୍ଷତା ଉଭୟ ହାସଲ କରିବାରେ ସହାୟତା କରିବ ବୋଲି ସେ ମତ ପ୍ରକାଶ କରିଛନ୍ତି ।

ସେହିପରି ଶ୍ରୀ ଜିତେନ୍ଦ୍ର ନାୟକ ଉଚ୍ଚମାନର ବ୍ୟବହାରିକ ପ୍ରଶିକ୍ଷଣ ସୁନିଶ୍ଚିତ କରିବା ପାଇଁ ସିଟିଟିସି ଏବଂ ବିଶ୍ବ ଦକ୍ଷତା କେନ୍ଦ୍ର ଭଳି ପ୍ରମୁଖ ପ୍ରତିଷ୍ଠାନର ସହଯୋଗ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତ ପ୍ରକାଶ କରିଛନ୍ତି । ସିଟିଟିସି ବରିଷ୍ଠ ଅଧିକାରୀ ତଥା ଜେନେରାଲ୍ ମ୍ୟାନେଜର୍ ଶ୍ରୀ ଏଲ୍. ରାଜଶେଖର ଏବଂ ସିନିୟର୍ ମ୍ୟାନେଜର (ଟ୍ରେନିଂ) ଶ୍ରୀ କେ.ଏମ୍. ରାଜନ, ଛାତ୍ରଛାତ୍ରୀଙ୍କ ଉତ୍ସାହକୁ ପ୍ରଶଂସା କରିଥିଲେ ଏବଂ ଏକ ଦକ୍ଷ କର୍ମଶକ୍ତି ସୃଷ୍ଟି କରିବାର ରାଜ୍ୟର ଦୃଷ୍ଟିକୋଣକୁ ସମର୍ଥନ କରିବା ପାଇଁ ସିଟିଟିସି ସହଯୋଗ କରିବା ନେଇ ଦୃଢୋକ୍ତି ପ୍ରକାଶ କରିଥିଲେ ।

ସେହିପରି ଆଜି ବିଶ୍ବ ଦକ୍ଷତା କେନ୍ଦ୍ରରେ ମଧ୍ୟ ପ୍ରଶିକ୍ଷଣ ଆରମ୍ଭ ହୋଇଛି । ସେଠାରେ ଡକ୍ଟର ଉମାକାନ୍ତ ସେଠୀ, OIC SAMS, DHSE ଉପସ୍ଥିତ ରହି ଧନ୍ଦାମୂଳକ ଶିକ୍ଷା ଓଡ଼ିଶାର ଶିକ୍ଷା ସଂସ୍କାରର ଯୁଗାନ୍ତକାରୀ ପଦକ୍ଷେପ ବୋଲି ସୂଚନା ଦେଇଛନ୍ତି । ସେହିପରି କେନ୍ଦ୍ରର ପ୍ରିନ୍ସିପାଲ୍ ଶ୍ରୀ ଟି. ଥମ୍ବୀ ରାଜା ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କର ବୈଷୟିକ କ୍ଷମତାକୁ ସୁଦୃଢ଼ କରିବା ପାଇଁ WSC ରେ ଉନ୍ନତ ତାଲିମ ଭିତ୍ତିଭୂମି ବ୍ୟବହାର କରିବାକୁ ଉତ୍ସାହିତ କରିଥିଲେ । ସୂଚନାଯୋଗ୍ୟ, ସିଟିଟିସ ପ୍ରଶିକ୍ଷଣରେ ଆଠଟି ଜିଲ୍ଲା- ବଲାଙ୍ଗୀର, ଗଞ୍ଜାମ, ଗଜପତି, ଯାଜପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ ଏବଂ ଜଗତସିଂହପୁର ଜିଲ୍ଲାରୁ ୧୦୨ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ବିଶ୍ବ ଦକ୍ଷତା କେନ୍ଦ୍ରରେ ଛଅଟି ଜିଲ୍ଲା- ବଲାଙ୍ଗୀର, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ ଏବଂ କେନ୍ଦ୍ରାପଡ଼ାରୁ ୭୧ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking