ମୟୁରଭଞ୍ଜ : ବାଙ୍ଗିରିପୋଷୀରେ ୩ ରେଳ ପ୍ରକଳ୍ପ ଶିଳାନ୍ୟାସର କାଯ୍ୟକ୍ରମରେ ସାମିଲ ହୋଇଥିଲେ ରାଷ୍ଟ୍ରପତି । ସେଠାରେ ରାଷ୍ଟ୍ରପତିଙ୍କ ସମ୍ବୋଧନ ରହିଛି କହିଛନ୍ତି ଏହି ୩ ପ୍ରକଳ୍ପ ଧାଯ୍ୟ ସମୟ ମଧ୍ୟରେ ଶେଷ ହେବା ନେଇ ଆଶାୟୀ । ବାଙ୍ଗିରିପୋଷୀ , ରାଇରଙ୍ଗପୁର ସମେତ ମୟୁରଭଞ୍ଜରେ ଯାତାୟତ ସମୃଦ୍ଧ ହେବ । କେନ୍ଦ୍ର ସରକାରଙ୍କ ପୂର୍ବାଦୟ ପରିକଳ୍ପନାର ସୁଫଳ ରାଜ୍ୟକୁ ମିଳୁଛି । ଜନଜାତିର ସୁବିଧା ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା କରିଛନ୍ତି ୯୦ରୁ ଅଧିକ ବନଜାତ ଦ୍ରବ୍ୟ ପାଇଁ ଏମଏସପି ବ୍ୟବସ୍ଥା ହୋଇଛି । ପ୍ରଧାନମନ୍ତ୍ରୀ ଜନମନ ଯୋଜନାରେ ଜନଜାତି ଫାଇଦା ପାଉଛନ୍ତି । ଏଇମାଟିର ଝିଅ ଭାବେ ନିଜକୁ ଗୌରାବନ୍ୱିତ ମନେ କରୁଛି । ଆପଣମାନଙ୍କ ଆଶୀର୍ବାଦ ପାଇଁ ଏଠାରେ ପହଞ୍ଚି ପାରିଛି । ଗୁଣ୍ଡୁଚିମୂଷା ଭାବେ କାଯ୍ୟ କରିଚାଲିଛି । ଯେଉଁଠି ଥିଲେ ବି ଏହି ଅଞ୍ଚଳର ବିକାଶ ପାଇଁ କାଯ୍ୟ କରି ଚାଲିବି ।










